Masthead

୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ହେବ ଓଡ଼ିଶାରେ ଭୋଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ତାରିଖ ଘୋଷଣା କଲେ ଦେଶର ମୁଖ୍ୟ ନିର୍ବାଚନ କମିସନର । ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ସିଇସି । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ। ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି।

  • ମେ ୧୩ରେ ୨୮ ବିଧାନସଭାରେ ଭୋଟ୍‌ ଗ୍ରହଣ
  • ମେ ୨୦ରେ ୩୫ ବିଧାନସଭା ପାଇଁ ଭୋଟ୍‌
  • ମେ ୨୫ରେ ୪୨ ବିଧାନସଭା ଆସନରେ ଭୋଟ
  • ଜୁନ୍‌ ୧ରେ ୪୨ ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ

ମୋଟ ୭ଟି ପର୍ଯ୍ୟାୟରେ ହେବ ୨୦୨୪ ସାଧାରଣ ନିର୍ବାଚନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହେଇ ଜୁନ୍ ୧ ତାରିଖରେ ସରିବ ୭ମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଏହାପରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି କରାଯାଇ, ସେହିଦିନ ହିଁ ରେଜଲ୍ଟ ପ୍ରକାଶ ପାଇବ ବୋଲି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର।  ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ରହିବ। ଭୋଟ ଗ୍ରହଣ ପାଇଁ ଦେଢ଼ କୋଟି ପୋଲିଂ ଅଫିସର ପ୍ରସ୍ତୁତ ରହିବେ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌। ପ୍ରଥମ ଥର ପାଇଁ ଭୋଟ ଦେବେ ୧ କୋଟି ୮୨ ଲକ୍ଷ ନୂଆ ଭୋଟର। ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି। ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ଦେଶରେ ୪୯.୭ କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼