Masthead

ଡ୍ରୋନ ଆକ୍ରମଣ ପୂର୍ବରୁ ଚୀନ ଠାରୁ ଡ୍ରୋନ କିଣିଥିଲା ପାକିସ୍ତାନ

(ବଡ଼ ଖବର ବ୍ୟୁରୋ): ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପଛରେ କିଏ? ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏହାର ଉତ୍ତର ଏବେ ବି ମିଳିପାରିନି । ଆକ୍ରମଣ ପଛର ତଦନ୍ତ ଭାର ଏନଆଇଏ ବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ ଦିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ ଆକ୍ରମଣ ପାଇଁ ଯେଉଁ ବିସ୍ଫୋରକ ବ୍ୟବହାର କରାଯାଇଥିଲା ତାହା କେବଳ କୌଣସି ଦେଶର ସେନା ପାଖରେ ହିଁ ମିଳିଥାଏ । ତେବେ ଆକ୍ରମଣର କିଛି ଦିନ ତଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ ଚୀନ ଠାରୁ କିଣିଥିଲା । ପିଜା ଡେଲିଭରୀ ସହିତ ଘରେ ଘରେ ଔଷଧ ପହଞ୍ଚାଇବାକୁ ଏହି ଡ୍ରୋନ ଚୀନଠାରୁ କିଣାଯାଇଥିବା କଥା ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ।

ଏହି କଥା କିନ୍ତୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଭଳି ମନେ ହେଉଛି । କାରଣ ଯେଉଁ ଡ୍ରୋନ ଗୁଡ଼ିକ କିଣାଯାଇଥିଲା ସେଗୁଡ଼ିକ ପିଜା ଡେଲିଭରୀ ପାଇଁ ବ୍ୟବହାର କରାଯାଇ ପାରିବନି । ଆଉ ଏହି ଡ୍ରୋନରେ ବ୍ୟବହାର ହୋଇଥିବା ବିସ୍ଫୋରକ ପାକିସ୍ତାନ ପକ୍ଷରୁ ଭର୍ତ୍ତି କରାଯାଇଥିବା ଅନୁମାନ କରାଯାଇପାରେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆକ୍ରମଣ ଦ୍ୱାରା ଅନେକ କ୍ଷତି ପହଞ୍ଚାଯିବାର ଆଶଙ୍କାକୁ ଏଡ଼ାଇଯାଇନପାରେ । ଏହା ପଛରେ ଅସଲରେ କିଏ ଅଛି ଏହାର ଅଧିକ ଛାନ ଭିନ କରୁଛି ଏନଆଇଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ