Masthead

ଟି-୨୦ ଟପ୍-୧୦ ବ୍ୟାଟ୍ସମ୍ୟାନ ତାଲିକାରେ କୋହଲି-ରାହୁଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶିତ ହୋଇଛି ଆଇସିସିର ଟି-୨୦ର ଟପ୍-୧୦ ବ୍ୟାଟ୍ସମ୍ୟାନ ଓ ବୋଲର ତାଲିକା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଠ ସିରିଜ୍ ଶେଷ ହେବା ପରେ ଘୋଷିତ ହୋଇଛି ଆଇସିସି ଟି-୨୦ ମାନ୍ୟତା । ଟପ୍-୧୦ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଟପ୍-୧୦ ମଧ୍ୟରେ ଅଛନ୍ତି । ବିରାଟ କୋହଲି ୬୯୭ ରେଟିଙ୍ଗ ସହ ଅଷ୍ଟମ ସ୍ଥାନରେ ରହିଥିବା ବେଳେ କେଏଲ ରାହୁଲ ୮୧୬ ରେଟିଙ୍ଗ ସହ ତୃତୀୟ ସ୍ଥାନରେ ରହିଛି । ଟପ୍-୧୦ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ ମଲନ । ସେ ୯୧୫ ରେଟିଙ୍ଗ ପାଇଛନ୍ତି । ୮୭୧ ରେଟିଙ୍ଗ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନର ବାବର ଆଜମ । ଆଘାତ କାରଣରୁ ଭାରତ-ଅଷ୍ଟ୍ରେଲିଆ ସିରିଜ ଖେଳିନଥିବା ରୋହିତ ଶର୍ମା ରେଟଙ୍ଗ ପଏଣ୍ଟ ହରାଇଛନ୍ତି । ସେ ଏହି ଲିଷ୍ଟରେ ୧୪ତମ ସ୍ଥାନରେ ରହିଛନ୍ତି ।
ସେହିପରି ଭାବରେ ଟପ୍-୧୦ ବୋଲର ତାଲିକା ମଧ୍ୟ ପ୍ରକାଶିତ ହୋଇଛି । ଏହି ତାଲିକାରେ କୌଣସି ଭାରତୀୟ ବୋଲର ନାହାନ୍ତି । ଟି-୨୦ରେ ନମ୍ବର ୱାନ ବୋଲର ଭାବେ ଆଫଗାନସ୍ଥାନ ସ୍ପିନର ରସିଦ ଖାନ ସ୍ଥାନ ପାଇଛନ୍ତି । ସେ ୭୩୬ ରେଟିଙ୍ଗ ପାଇଛନ୍ତି । ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସେହି ଆଫଗାନୀ ସ୍ପିନର ମୁଜିବୁର ରେହମନ । ସେ ୭୩୦ ରେଟିଙ୍ଗ ପଏଣ୍ଟ ପାଇଛନ୍ତି । ଆଇସିସି ଟି-୨୦ ବୋଲର ତାଲିକାରେ ଭାରତୀୟ ସ୍ପିନର ୱାସିଙ୍ଗଟନ ସୁନ୍ଦର ଏକାଦଶ ସ୍ଥାନରେ ରହିଛନ୍ତି । ଭାରତୀୟ ପେସ୍ ବୋଲର ଯଶପ୍ରତୀ ବୁମ୍ରା ୧୭ତମ ସ୍ଥାନରେ ରହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଟପ୍-୧୦ ବୋଲର ଭିତରେ ମାତ୍ର ଦୁଇ ଜଣ ପେସ୍ ବୋଲର ରହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼