Masthead

ହାରିଲେ ବାଇଚୁଙ୍ଗ ଭୁତିଆ

ସିକ୍କିମ (ବଡ଼ ଖବର ବ୍ୟୁରୋ): ଦେଶରେ ଜୁନ ୧ରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଜାରି ରହିଛି ଭୋଟ୍ ଗଣତି । ତେବେ ଚଳିତ ସିକ୍କିମ ବିଧାନସଭା ନିର୍ବାଚରେ ବାଇଚୁଙ୍ଗ ଭୁତିଆ ପରାସ୍ତ ହୋଇଛନ୍ତି। ଭୁତିଆଙ୍କୁ ୪୩୪୬ ଭୋଟ୍‌ରେ ହରାଇଛନ୍ତି ଶାସକର ଏସ୍‌କେଏମ୍‌ର ରିକଶଲ୍‌ ଧୋରଜୀ। ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ କ୍ଲିନ୍‌ ସ୍ୱିପ୍‌ କରିବା ଦିଗରେ ଗତି କରୁଛି।

ଏଠାର ୩୨ଟି ଆସନରୁ ୩୧ଟି ଆସନରେ ଦଳ ଆଗୁଆ ରହିଛି। ସେପଟେ ବିରୋଧୀ ଏସ୍‌ଡିଏଫ୍‌ କେବଳ ଗୋଟିଏ ସିଟ୍‌ରେ ଆଗୁଆ ଅଛି। ଚଳିତ ବର୍ଷ ବାଇଚୁଙ୍ଗ ଭୁତିଆ ସିକ୍କିମର ବାରଫୁଙ୍ଗ ଆସନରୁ ନିର୍ବାଚନ ଲଢ଼ିଥିଲେ। ଗତ ବର୍ଷ ଭୁତିଆ ତାଙ୍କ ପାର୍ଟିକୁ ଏସଡିଏଫରେ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଏସ୍‌ଡିଏଫ୍‌ର ଉପାଧ୍ୟକ୍ଷ କରାଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ଟିକେଟ୍‌ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ