Masthead

କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ କଂଗ୍ରେସ ପାଇଁ କାଳ: ଶରଦ ପାୱାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ସ୍ଥିତିକୁ ନେଇ ମନ୍ତବ୍ୟ ପ୍ରକାଶ କରିଛନ୍ତି ଶରଦ ପାୱାର । ପ୍ରାୟ ୨୨ ବର୍ଷ ତଳେ କଂଗ୍ରେସ ଛାଡ଼ି ନିଜର ଏକ ରାଜନୈତିକ ଦଳ ଗଢ଼ିଥିଲେ ଶରଦ ପାୱାର । ଆଉ ଏବେ କଂଗ୍ରେସର ସ୍ଥିତିକୁ ଦେଖି କଂଗ୍ରେସକୁ ଜମିଦାର ପରିବାର ସହ ତୁଳନା କରିଛନ୍ତି ପାୱାର । ସେ କହିଛନ୍ତି ଦେଶର ସର୍ବପୂରାତନ ରାଜନୈତିକ ଦଳ ବର୍ତ୍ତମାନ ଏପରି ଏକ ଜମିଦାର ଯିଏ କି, ନିଜ ପୁରୁଣା ମହଲ ମରାମତି ଲାଗି ଅସମର୍ଥ । ଯାହାକୁ ଏବେ କଂଗ୍ରେସ ସ୍ୱିକାର କରିନେବା ଉଚିତ ।

କଂଗ୍ରେସ ମୁକ୍ତ ଭାରତ ଘୋଷଣା କରୁଥିବା ବିଜେପି କଂଗ୍ରେସ ଲାଗି ଯେତେ ଚିନ୍ତାର କାରଣ ନୁହେଁ କଂଗ୍ରେସରେ ଲାଗି ରହିଥିବା ଦଳୀୟ କନ୍ଦଳ ସେତେ ବଡ଼ ଚିନ୍ତାର ବିଷୟ । ତେବେ ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମନ୍ତବ୍ୟ ରଖିଛନ୍ତି ଶରଦ ପାୱାର । ଏଥିରେ ସେ ଉତ୍ତରପ୍ରଦେଶର ପୁରୁଣା ଜମିଦାର ମାନଙ୍କ କଥା ବି ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମୟ ଥିଲା ଯେତେବେଳେ କାଶ୍ମୀରରୁ କନ୍ୟାକୁମାରୀ ଲୋକ କେବଳ କଂଗ୍ରେସକୁ ହିଁ ଚିହ୍ନୁଥିଲେ । ହେଲେ ବର୍ତ୍ତମାନ ସମୟ ବଦଳିଛି ଯାହାକୁ କଂଗ୍ରେସ ସ୍ୱିକାର କରୁନାହିଁ । ଏହି ସତ୍ୟକୁ ଗ୍ରହଣ କଲେ ହିଁ ଦଳରେ ପରିବର୍ତ୍ତନ ଆସିବ ।

କଂଗ୍ରେସ ହାଇକମାଣ୍ଡ ହୁଏତ ପାୱାରଙ୍କ ମନ୍ତବ୍ୟକୁ ସ୍ୱୀକାର କରିନପାରନ୍ତି। ହେଲେ ପାର୍ଟି ଏବେ ନିଜ ସମୟର ସବୁଠୁ ସଂକଟ କାଳ ଦେଇ ଗତି କରୁଥିବା କଥାକୁ ଅସ୍ୱୀକାର କରିପାରିବେନି। ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଏବେ ଆତ୍ମ ମନ୍ଥନର ଆବଶ୍ୟକତା କଥା କହିଲେଣି। ପଞ୍ଜାବ,ରାଜସ୍ଥାନ, ଛତିଶଗଡ ଓ କେରଳ ସମେତ ଅନେକ ପ୍ରଦେଶ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି। ଦଳର ନିର୍ବାଚନୀ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଅତି କଷ୍ଟରେ ଲୋକସଭାର ୫୦ ପ୍ରତିଶତ ଆସନ ହାତେଇଛି। ହେଲେ ଏହାର ପୂର୍ବ ସାଧାରଣ ନିର୍ବାଚନ ୨୦୧୪ରେ ଦଳ ସଂସଦରେ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ନଥିଲା। ସେହିପରି ପରବର୍ତ୍ତି ବିଧାନସଭା ନିର୍ବାଚନ ମାନଙ୍କରେ ମଧ୍ୟ ଦଳ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନାହିଁ। ଦେଶର କେବଳ ୩ଟି ରାଜ୍ୟରେ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ନିଜ ବଳରେ ସରକାର କରିଛି। ମହାରାଷ୍ଟ୍ର, ଝାରଖଣ୍ଡ ଓ ତାମିଲନାଡୁରେ କଂଗ୍ରେସର ସରକାର ରହିଛି। ହେଲେ ଏଥିରେ ଦଳକୁ ମେଣ୍ଟର ସାହାରା ନେବାକୁ ପଡିଛି ନଚେତ ମେଣ୍ଟରେ ସହଯୋଗୀ ହୋଇଛି।

ଦୀର୍ଘ ଦଶକ ଧରି ଦେଶରେ ରାଜ କରିଥିବା କଂଗ୍ରେସ ଏବେ ମାତ୍ର ୩ଟି ରାଜ୍ୟରେ ସୀମିତ ହୋଇଯାଇଛି। ଏହି ରାଜ୍ୟମାନଙ୍କରେ ଯଦିଓ ସରକାର କଂଗ୍ରେସ ଗଢିଛି ତେବେ ଅନ୍ତର୍ଦ୍ୱନ୍ଦରୁ ମୁକ୍ତ ନୁହେଁ। କଂଗ୍ରେସ ବନାମ କଂଗ୍ରେସ ଲଢେଇ ଯୋଗୁ ଏବେ କଂଗ୍ରେସର ଅସ୍ତିତ୍ୱ ବିପଦରେ ପଡି ଯାଇଛି। ଯାହାର ଫଳାଫଳ ଗତ ଦୁଇଟି ଲୋକସଭା ନିର୍ବାଚନରେ ଦେଖା ଯାଇଛି। ଏଥିରେ ଯଦି କଂଗ୍ରେସ ଏବେଠୁ ନିଜକୁ ନ ସମ୍ଭାଳେ ତେବେ ଆଗକୁ ଦଳର ପରିସ୍ଥିତି ଆହୁରି ଖରାପ ନ ହେବା ତାହା କହିହେବ ନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି