Masthead

ହାତୀ ଟ୍ରାଜେଡି: ନିଖୋଜ ଓଡ୍ରାଫ ସଦସ୍ୟଙ୍କ ମିଳୁନି ପତ୍ତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ଏହି ଅପରେସନ ସମୟରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲାବେଳେ ନିଖୋଜ ଥିବା ଓଡ୍ରାଫ ଟିମର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁଙ୍କ  ପତ୍ତା ମିଳୁନି ।

 ଏନେଇ ୩ଟି ଓଡ୍ରାଫ ଟିମ ଖୋଜାଖୋଜି ଆରମ୍ଭ କରିଥିବାର କଥା ସାମ୍ନାକୁ ଆସିଛି ।  ଅନ୍ୟପଟେ ଫସିରହିଥିବା ହାତୀକୁ କୂଳ ଆଡକୁ ଘଉଡ଼େଇବା ଉଦ୍ଦେଶ୍ୟରେ ଓଡ୍ରାଫ ଟିମର ପାଞ୍ଚ ଜଣ ସଦସ୍ୟ ଏବଂ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ନଈ ଭିତରକୁ ଓହ୍ଲାଇଥିଲେ ।

କିନ୍ତୁ ପ୍ରଖର ସ୍ରୋତରେ ତାଙ୍କର ବୋଟଟି ଭାସିଯାଇଥିଲା । ବ୍ୟାରେଜ ପୋଲ ଉପରୁ ରଶି ଓ ରୋପ ଲାଡର ଲଗାଇ ଏବଂ ସ୍ଥାନୀୟ ମତ୍ସଜୀବୀ ହୁଲି ଡ଼ଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଓଡ୍ରାଫର ରୁଦ୍ର ପ୍ରଧାନ ସ୍ୱାଭାବିକ ଥିବାବେଳେ ଏଥିରେ ଗୁରୁତର ହୋଇପଡିଥିବା ସାମ୍ବାଦିକ ଅରିନ୍ଦମ ଦାସ, ପ୍ରଭାତ ସିହ୍ନା, ଓଡ୍ରାଫର ଆନନ୍ଦ ପାଲ, ହରିଶ ନାୟକ, ନିବାରଣ ଦଳେଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ଓଡିଶା ସ୍ତବ୍ଧ ହୋଇପଡ଼ିଥିଲା । ବାସ୍ତବରେ ଅପରେସନ ଗଜରାଜ ଫଳରେ ଓଡ଼ିଶା ଜଣେ  ନିର୍ଭୀକ ସାମ୍ବାଦିକଙ୍କୁ ହରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି