ମମିତା ମୃତ୍ୟୁ ଘଟଣା, ସିନ ରିକ୍ରିଏସନ କରିବ ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଦିନିଆ ରିମାଣ୍ଡରେ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗିର ପୋଲିସ । ଉତ୍ତରାଞ୍ଚଳ ଡିଆଇଜିଙ୍କ ଉପସ୍ଥିତିରେ ଚାଲିଛି ପଚରାଉଚରା । ଗତକାଲି ରାତି ତମାମ ପଚରାଉଚରା କରାଯାଇଥିବା ସୂଚନା ।

ହତ୍ୟାକାଣ୍ଡରେ କିଏ କିଏ ସଂମ୍ପୃକ୍ତ? ମମିତାଙ୍କୁ ପୋତିବାରେ ତାକୁ ଆଉ କିଏ କିଏ ସହଯୋଗ କରିଥିଲେ? ମମିତାଙ୍କ ପାଖରେ ଏମିତି କେଉଁ ପ୍ରମାଣ ଥିଲା, ଯେଉଁଥିପାଇଁ ସବୁଦିନ ପାଇଁ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ପଡ଼ିଥିଲା? ଗୋବିନ୍ଦ ସହ ଏହି ହତ୍ୟାକାଣ୍ଡ ପଛରେ ଆଉ କାହା କାହା ହାତ ଅଛି ତାର ଖୋଳତାଡ କରୁଛି ବଲାଙ୍ଗିର ପୋଲିସ । ଏହାସହ ଏହି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ ।

ସ୍କୁଲର ଷ୍ଟାଡିୟମ ଭିତରେ କିଭଳି ପୋତି ଦିଆଯାଇଥିଲା ତାର ସିନ୍ ରିକ୍ରିଏସନ କରିବ ପୋଲିସ । ଗତକାଲି ଗୋବନ୍ଦ ହିଁ ମମିତାର ହତ୍ୟାକାରୀ ବୋଲି ପ୍ରେସମିଟ୍ କରି ସୂଚନା ଦେଇଥିଲେ ଉତ୍ତରାଞ୍ଚଳ ଡିଆଇଜି । ପରେ ତାକୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ୫ ଦିନିଆ ରିମାଣ୍ଡ ମଞ୍ଜୁର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’