Masthead

ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ହେବେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘ ସମୟ ଧରି କାର୍ୟ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ଚାଲିଛି । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ । ଏଥିପାଇଁ ସେମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡିବ । ଅନୁମୋଦିତ ପଦବୀରେ ସଂପୃକ୍ତ କର୍ମଚାରୀ ୧୦ ବର୍ଷ କାର୍ଯ୍ୟ କରିଥିବେ, ଚାକିରି ସମ୍ପର୍କରେ ସେ କୋର୍ଟରେ ମାମଲା ରୁଜୁ କରିନଥିବେ,
ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ପରେ ସେମାନଙ୍କୁ ସ୍ଥାୟୀ କରାଯିବ । ମାସକ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦେଇଛି । ସମସ୍ତ ଯୋଗ୍ୟ କର୍ମଚାରୀ ସ୍ଥାୟୀ ହେବା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।
ଅସ୍ଥାୟୀ କର୍ମଚାରୀମାନେ କେତେ ଦିନ ଏପରି ପଡିରହିବେ, ସେମାନଙ୍କୁ କେବେ ସ୍ଥାୟୀ କରାଯିବ ବୋଲି କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟକୁ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ଚିଠି କରାଯାଉଥିଲା । ଏପରିକି ବହୁ ଅସ୍ଥାୟୀ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ଥିଲେ । ସେମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ମଧ୍ୟ କରୁଥିଲେ । ଏପରକି କେହି କେହି ଆତ୍ମହତ୍ୟା କରୁଥିବା ଖବର କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚୁଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ