Masthead

ଶହେ ମୋଦି କିମ୍ବା ଶହେ ଶାହା ଆସିଲେ ବି ଆମକୁ ଅଟକାଇପାରିବେନି : ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷି ଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କହିଲେ ୨୦୨୪ ଲୋକସଭା ନର୍ବିାଚନରେ ବିଜେପିକୁ ଗାଦିଚ୍ୟୁତ କରିବ । ବୁଧବାର ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ । ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବ। ସେ ଆହୁରି ମଧ୍ୟ କହିଛନ୍ତି ମୋଦି ଅନେକ ଥର କହିଛନ୍ତି, ମୁଁ ହେଉଛି ଏକମାତ୍ର ବ୍ୟକ୍ତି ଯିଏ କି ଦେଶକୁ ସାମ୍ନା କରିପାରିବ।

ଅନ୍ୟ କୌଣସି ବ୍ୟକ୍ତି ମତେ ଛୁଇଁ ପାରିବେନି। କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏହା କହିପାରିବେନି। ଆପଣ ମନେ ରଖିବା ଉଚିତ ଯେ ଆପଣ ଏକଛତ୍ରବାଦୀ ନୁହନ୍ତି। ଆପଣ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ଲୋକମାନେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ। ଖଡ଼ଗେ ନାଗାଲାଣ୍ଡରେ ନିର୍ବାଚନ ରାଲରେ ଏହା କହିଛନ୍ତି। ଖଡ଼ଗେ କହିଛନ୍ତି, ୨୦୨୪ରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ଗଠନ ସୁନିଶ୍ଚିତ। ଶହେ ମୋଦି କିମ୍ବା ଶହେ ଶାହା ଆସିଲେ ବି ଆମକୁ ଅଟକାଇପାରିବେନି । ବିରୋଧୀ ଦଳମାନଙ୍କର ମିଳିତ ଲଢ଼େଇରେ ବିଜେପିର ନିସ୍ତାର ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ