Masthead

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ୍ । ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ । କେପ୍ ଟାଉନରେ ହେବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିପାରେ । ଯେଉଁଠି ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ କେବଳ ଗୋଟିଏ ମ୍ୟାଚ୍ ଅର୍ଥାତ୍ ଇଂଲଣ୍ଡ ଠାରୁ ହାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବିଜୟ ରଥକୁ ବିଶ୍ୱକପରେ କୌଣସି ଦଳ ରୋକିପାରିନାହାନ୍ତି । ଅର୍ଥାତ୍ ଅଷ୍ଟ୍ରେଲିଆ ଗୋଟିଏ ବି ମୁକାବିଲା ହାରିନାହିଁ । ଏପରି ସ୍ଥିତିରେ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆକୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ।

ଲିଗ୍ ପର୍ଯ୍ୟାୟରେ ଭାରତ ପାଇଁ ବ୍ୟାଟିଂ ବିଭାଗ ଚିନ୍ତାର କାରଣ ହୋଇଛି । ସ୍ମୃତି ମନ୍ଧାନା ଫର୍ମରେ ଥିଲା ବେଳେ ଶେଫାଳୀଙ୍କ ବ୍ୟାଟରୁ ସେଭଳି ଚମକ ଦେଖିବାକୁ ମିଳୁନାହିଁ । ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଲଗାତର ଫେଲ୍ ମାରୁଛନ୍ତି । ମିଡଲ ଅର୍ଡରରେ ରିଚା ଘୋଷଙ୍କୁ ଛାଡ଼ି ଦେଲେ ବାକି ସବୁ ବ୍ୟାଟର ଫ୍ଲପ୍ ହୋଇଛନ୍ତି । ଗତ ୫ ବର୍ଷ ହେବ ଭାରତ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ମଧ୍ୟ କୌଣସି ବଡ଼ ଟ୍ରଫି ହାସଲ କରିପାରିନାହିଁ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଗ୍ରୁପ ପର୍ଯ୍ୟାୟରେ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ତାର ଏକମାତ୍ର ପରାଜୟ ବରଣ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା