Masthead

୨୪ ନିର୍ବାଚନ ପାଇଁ ଅଦଳବଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):୨୪ ନିର୍ବାଚନ ପାଇଁ ବିଜେଡି ଜିଲ୍ଲା ସ୍ତରର କୌଣସି କର୍ମକର୍ତ୍ତାଙ୍କ ମନ ଊଣା କରିବାକୁ ଚାହୁଁନି । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶୀର୍ଷ ନେତୃତ୍ୱ ଆଗ୍ରହ ପ୍ରକାଶ କରିଛନ୍ତି । ଆସୁଛି ନିର୍ବାଚନ । ବିରୋଧୀ ବିଜେପି ସକ୍ରିୟ ହେବାରେ ଲାଗିଛି । ଦଳର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବା ସହ ବିଜୟଧାର ତ୍ୱତ୍ତର ରଖିବା ପାଇଁ ୩୦ଟି ଜିଲ୍ଲାରେ ୩୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତି ଜିଲ୍ଲାରେ ସଙ୍ଗଠନର ସମ୍ପାଦକ, ସଭାପତି ପ୍ରଭୃତି କାର୍ଯ୍ୟକର୍ତ୍ତା ଥିଲେ ମଧ୍ୟ ସଙ୍ଗଠନକୁ ସଦୃଢ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଏହି ପର୍ଯ୍ୟବେକ୍ଷକମାନେ ତୃଣମୂଳ ସ୍ତରରୁ ଶୀର୍ଷ ନେତୃତ୍ୱ ପର୍ଯ୍ୟନ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୁଳ ବଦଳରେ ମୟୂରଭଞ୍ଜ ଦାୟିତ୍ୱ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶକୁ ୪ ଜିଲ୍ଲା ଦାୟିତ୍ୱ। ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମୟୂରଭଞ୍ଜ ଓ କେନ୍ଦୁଝର ଦାୟିତ୍ୱରେ ଥିଲେ। ପ୍ରଣବ ବଳବନ୍ତରାୟ ଭଦ୍ରକରୁ ବାଦ ଦିଆଯାଇ କଳାହାଣ୍ଡି ଦାୟିତ୍ଵ ଦିଆଯାଇଛି ।

ସୁଶାନ୍ତ ସିଂଙ୍କୁ ଦେବଗଡ଼ ଦାୟିତ୍ୱରୁ ବାଦ ଦିଆଯାଇ କେବଳ ବଲାଙ୍ଗିର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ଉଷାଦେଵୀଙ୍କୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡ଼ା ଦାୟିତ୍ବରେ ଅଛନ୍ତି । ପୂର୍ବରୁ ଢେଙ୍କାନାଳ ଓ ଖୋର୍ଦ୍ଧା ଦାୟିତ୍ୱରେ ଥିଲେ ପ୍ରମିଳା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବଦଳରେ କଟକ ଦାୟିତ୍ଵ ମିଳିଛି। ମନ୍ତ୍ରୀ ଟୁକୁନୀ ସାହୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି । ପୂର୍ବରୁ ନୂଆପଡ଼ା ଦାୟିତ୍ବରେଥିଲେ ଟୁକୁନି ସାହୁ। ମନ୍ତ୍ରୀ ରୋହିତ ପୂଜାରୀ ବି ବାଦ। ସୋନପୁର ଦାୟିତ୍ୱରେ ଥିଲେ ରୋହିତ ପୂଜାରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା