ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଫାଶୀ ଦଣ୍ଡ ପାଇଥିବା ଅପରାଧୀଙ୍କୁ ପ୍ରଚଳିତ ଧାରା ଅନୁସାରେ ଫାଶୀ ଦିଆଯିବ କି ନାହିଁ ତାହାର ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ ଟିମ ଗଠନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଯାହାର ଶୁଣାଣୀ ମଙ୍ଗଳବାର ହୋଇଛି । କୋର୍ଟରେ ନିଜର ଜବାବ ରଖିଛନ୍ତି କେନ୍ଦ୍ର ସରକାର । ଫାଶୀର ବିକଳ୍ପ କ’ଣ ? ଫାଶୀ ବଦଳରେ ଅନ୍ୟ କେଉଁ ଉପାୟରେ ମୃତ୍ୟୁ କମ ଯନ୍ତ୍ରଣାଦାୟକ ହେବ ତାହା ଉପରେ ବିଚାର କରିବାକୁ ସରକାର ଏକ କମିଟି ଗଠନ ପାଇଁ ଚିନ୍ତା କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି ।
ବିଶେଷଜ୍ଞ ଟିମର ପରାର୍ମଶ କ୍ରମେ ଫାଶୀର ବିକଳ୍ପ ଖୋଜାଯିବ । ଆଗାମୀ ଶୁଣାଣୀ ଜୁଲାଇ ମାସରେ ହେବ । ୨୦୧୭ରେ ଆଇନଜୀବୀ ରୁଷି ମଲହୋତ୍ରା ଏକ ଜନସ୍ୱାର୍ଥ ମାମଲା ଦାଏର କରି ଫାଶୀ ମାଧ୍ୟମରେ ପ୍ରଚଳିତ ମୃତ୍ୟୁଦଣ୍ଡକୁ ହଟାଇ କମ ଯନ୍ତ୍ରଣା ଦାୟକ ପଦ୍ଧତି ଆପଣାଇବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ।