Masthead

ଚୂନପଥର ଖଣିରେ ବିସ୍ଫୋରଣ, ୧୦ ମୃତ୍ୟୁ

ବିଶାଖାପାଟଣା(ବଡ଼ ଖବର ବ୍ୟୁରୋ):ଆନ୍ଧ୍ରପ୍ରଦେଶର କଡ଼ପା ଅଞ୍ଚଳରେ ବିସ୍ଫୋରଣ । ଏକ ଚୂନପଥର ଖଣିରେ ବିସ୍ଫୋରଣ ଘଟିଛି । ଏଥିରେ ପାଖାପାଖି ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ଭଙ୍ଗାରୁଜା ପଥର ତଳେ ଆହୁରି କିଛି ଲୋକ ପୋତି ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି ।

ପୋରୁମାମିଲା ପୋଲିସର କହିବାନୁଯାୟୀ, ‘ଡିଟୋନେଟର’ ଗୁଡ଼ିକୁ ଖଣିରୁ ସ୍ଥାନାନ୍ତର କରିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜୀବନ ହରାଇଥିବା ଶ୍ରମିକଙ୍କ ମଧ୍ୟରୁ ଅନେକ ଶ୍ରମିକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗଗନମୋହନ ରେଡ୍ଡୀଙ୍କ ଗାଁ ପୁଲିବେଣ୍ଡୁଲାର ବୋଲି ଜଣାପଡ଼ିଛି । ତେବେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖବ୍ୟକ୍ତ କରିଛନ୍ତି । ଦୁର୍ଘଟଣାର କାରଣ ବୁଝିବା ସହ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ