Masthead

ଗାଡ଼ି ଚାଳକ ସାବଧାନ: ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ । ଏଣିକି ଆଉ ମାଫ୍ ନାହିଁ । ଟ୍ରାଫିକ ନିୟମ ନମାନିଲେ ଏଣିକି ଭାରି ପଡ଼ିବ କାର୍ଯ୍ୟାନୁଷ୍ଠାନ । କଠୋର ହେଲା ଟ୍ରାଫିକ୍ ନିୟମ । ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ଏଣିକି ରଦ୍ଦ ହେବ ଲାଇସେନ୍ସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ଆରଟିଓଙ୍କୁ ଏନେଇ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ କମିଶନର । ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ୍ରେ ଗାଡ଼ି ଚାଳନା କରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଭଳି ଭୁଲ କଲେ ସିଧାସଳଖ ଲାଇସେନ୍ସ ରଦ୍ଦ ହେବ । ଗାଡ଼ି ଚାଳନା ବେଳେ ଯୋଉଁ ବ୍ୟକ୍ତି ଏହି ସମସ୍ତ ମଧ୍ୟରୁ ଯେକୌଣସି କାର୍ଯ୍ୟ କରୁଥିବେ ଉକ୍ତ ବ୍ୟକ୍ତିଙ୍କର ଲାଇଲେନ୍ସ ବାତିଲ୍ ହେବ।

ଏହାସହ କ୍ଷମତାଠାରୁ ଅଧିକ ଯାତ୍ରୀ ପରିବହନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ସୁଦ୍ଧା ଆଇନ ଉଲ୍ଲଙ୍ଘନ କରି ୨୭ହଜାର ୨୬୪ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ସେହିପରି ରେଡ୍ ଲାଇଟ୍ ଉଲ୍ଲଂଘନ କରି ୫୨ଜଣ, ଓଭଲରଲୋଡିଂରେ ହଜାରେ ୬୭ଜଣ, ଗାଡି ଚଳାଇବା ବେଳେ ଫୋନରେ କଥା ହୋଇ ୮୨୦ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ନେଇ ସୂଚନା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି