୪୩ ଲକ୍ଷ ଟଙ୍କାର ନକଲି ଜିନ୍ସ ଜବତ

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଧରାପଡ଼ିଲା ବେଆଇନ କପଡା ବ୍ୟବସାୟ । ୪୩ ଲକ୍ଷ ଟଙ୍କାର ନକଲି ଜିନ୍ସ୍ ଜବତ ସହ ମାଲିକକୁ ଜେଲ ପଠାଇଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନ୍ୟୁ ଲଖାନି କପଡା ହୋଲସେଲ ଓ ଖୁଚୁରା ଦୋକାନର ମାଲିକ ରାଜେଶ କୁମାର ଲଖାନି । ଲେଭିଶ, କେଲଭିନ କ୍ଲିନ୍ ଓ ଅଣ୍ଡର ଆର୍ମର ଭଳି ନାମୀଦାମୀ କମ୍ପାନୀର ନକଲି ଜିନ୍ସ ଏଠାରେ ବିକ୍ରି ଚାଲିଥିଲା । ଦୀର୍ଘ ବର୍ଷ ହେଲା କୋଟି କୋଟି ଟଙ୍କାର ବ୍ୟବସାୟ ପରେ ଏବେ ଲଖାନି ଗାରମେଣ୍ଟସ ମାଲିକର ଅସଲ ମୁଖା ଖୋଲିଛି । ରାୟପୁରରୁ ଶସ୍ତା କପଡା କିଣି ସେଥିରେ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଓ ଷ୍ଟିକର ଲଗାଇ ଚଢା ଦରରେ ବିକ୍ରି ଚାଲିଥିଲା। ବଲାଙ୍ଗିର ସୁଦପଡା ସ୍ଥିତ ଲେଖାନି ନ୍ୟୁ ଗାର୍ମେଣ୍ଟ କପଡା ଟ୍ରେଡିଂ ଉପରେ ଚଢ଼ାଉ କରି ୪୩ ଲକ୍ଷ ଟଙ୍କାର ଜିନ୍ସ ଜବତ କରାଯାଇଛି । ବେଆଇନ କାରବାର ନେଇ ମୁମ୍ବାଇର ଲେବିଶ ନେଟ୍ରିକା କଂସଲଟିଙ୍ଗ ପ୍ରାଇଭେଟ କମ୍ପାନୀ ପକ୍ଷରୁ ଦୀପକ କୁମାର ଗୁପ୍ତା ଟାଉନଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରି ସମ୍ପୃକ୍ତ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’