ଏଥର ଜୟପୁରରେ ତାରା-ରବି ଲଢେଇର ନୂଆ ଭର୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଥର ଜୟପୁରରେ ତାରା-ରବି ଲଢେଇ ନୁହେଁ । ହେବ ତାରା-ରବି ଲଢେଇର ନୂଆ ଭର୍ସନ । ତାରା-ଇନ୍ଦିରାଙ୍କ ମଧ୍ୟରେ ହେବ ମୁକାବିଲା । ଚଳିତ ଥର ଜୟପୁର ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଛି । ରବିନାରାୟଣ ନନ୍ଦଙ୍କ ସ୍ଥାନରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି । ୧୯୯୫ରୁ ଜୟପୁର ଆସନରେ ଲଢି ଆସୁଥିଲେ ରବି । ୨୦୦୦, ୨୦୦୪ ଓ ୨୦୦୯ରେ ଜିତିଥିଲେ ରବି ନନ୍ଦ । ୨୦୦୯ରୁ ଆରମ୍ଭ ହୋଇଥିଲା ରବି-ତାରା ଲଢେଇ ।

୨୦୦୯ରେ ଜିତିଥିଲେ ରବି । ୨୦୧୪ ଓ ୨୦୧୯ରେ ଜିତିଥିଲେ କଂଗ୍ରେସର ତାରାପ୍ରସାଦ ବାହିନୀପତି । ରବି ଲଗାତାର ଦି ଥର ହାରିବା ପରେ ଏବେ ତାଙ୍କ ପତ୍ନୀ ଇନ୍ଦିରାଙ୍କୁ ସୁଯୋଗ ଦେଇଛି ବିଜେଡି । ଇନ୍ଦିରା ଜଣେ ଶିକ୍ଷୟତ୍ରୀ ଏବଂ କୋରାପୁଟ କେନ୍ଦ୍ରୀୟ ସମୟବାୟ ବ୍ୟାଙ୍କର ପୂର୍ବତନ ସଭାପତି । ୨୦୧୯ ରୁ ତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ରବି ନନ୍ଦଙ୍କ ସହ ମିଶି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଏବେ ସେ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ