ନକଲି ଚା ପତି ଠାବ

କଟକ (ବଡ଼ ଖବର ବ୍ୟୁରୋ): କଟକରୁ ପୁଣି ଠାବ ହେଲା ନକଲି ଚା ପତି ଗୋଦାମ । ଆଜି କଟକ ସଦର ଥାନା ଅଂଚଳର ମୁକାମେଶ୍ୱର ଗାଁରୁ ଏକ ଅପମିଶ୍ରଣ ଚା ଗୋଦାମ ଠାବ କରାଯାଇଛି । ନକଲି ଚା ଗୋଦାମ ଉପରେ କମିଶନରେଟ୍ ପକ୍ଷରୁ ଚଢାଉ କରି ମାଲିକ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାୟ ୫୦ କ୍ୱିଣ୍ଟାଲରୁ ଉର୍ଦ୍ଧ ନକଲି ଚା ପତି ଜବତ କରିବା ସହିତ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଟାଟା ଗୋଲ୍ଡ, ଟାଟା ପ୍ରିମିୟମ, ମାଇଁ ଟି ପ୍ରଭୁତି ବ୍ରାଣ୍ଡର ଚା ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯିବା ସହ ବାହାରକୁ ଚାଲାଣ କରାଯାଏ । ଶୁଖିଲା ପତ୍ର, କାଠ ଗୁଣ୍ଡ ମିଶ୍ରଣ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ଦୀର୍ଘ ୫ ମାସ ଭିତରେ କଟକ ମାଲଗୋଦାମ ଅଂଚଳରୁ ୧୦ଟି, ଚୌଦ୍ୱାରରୁ ୧ଟି, କଟକ ସଦରରୁ ଗୋଟିଏ, ଜଗତପୁରରୁ ୫ଟି ନକଲି କମ୍ପାନୀ ଉପରେ କଟକ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୬ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହିତ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’