Masthead

ନକଲି ଚା ପତି ଠାବ

କଟକ (ବଡ଼ ଖବର ବ୍ୟୁରୋ): କଟକରୁ ପୁଣି ଠାବ ହେଲା ନକଲି ଚା ପତି ଗୋଦାମ । ଆଜି କଟକ ସଦର ଥାନା ଅଂଚଳର ମୁକାମେଶ୍ୱର ଗାଁରୁ ଏକ ଅପମିଶ୍ରଣ ଚା ଗୋଦାମ ଠାବ କରାଯାଇଛି । ନକଲି ଚା ଗୋଦାମ ଉପରେ କମିଶନରେଟ୍ ପକ୍ଷରୁ ଚଢାଉ କରି ମାଲିକ ସୁରେଶ ଚନ୍ଦ୍ର ବିଶ୍ୱାଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ପ୍ରାୟ ୫୦ କ୍ୱିଣ୍ଟାଲରୁ ଉର୍ଦ୍ଧ ନକଲି ଚା ପତି ଜବତ କରିବା ସହିତ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଟାଟା ଗୋଲ୍ଡ, ଟାଟା ପ୍ରିମିୟମ, ମାଇଁ ଟି ପ୍ରଭୁତି ବ୍ରାଣ୍ଡର ଚା ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯିବା ସହ ବାହାରକୁ ଚାଲାଣ କରାଯାଏ । ଶୁଖିଲା ପତ୍ର, କାଠ ଗୁଣ୍ଡ ମିଶ୍ରଣ ହେଉଥିବା ମଧ୍ୟ ପ୍ରକାଶ କରିଛନ୍ତି । ଦୀର୍ଘ ୫ ମାସ ଭିତରେ କଟକ ମାଲଗୋଦାମ ଅଂଚଳରୁ ୧୦ଟି, ଚୌଦ୍ୱାରରୁ ୧ଟି, କଟକ ସଦରରୁ ଗୋଟିଏ, ଜଗତପୁରରୁ ୫ଟି ନକଲି କମ୍ପାନୀ ଉପରେ କଟକ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୬ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରିବା ସହିତ ୨୦ ଜଣଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ