Masthead

ଲଗାତାର ନିଆଁ ପରେ ନିଦ ଭାଙ୍ଗିଲା

ମୟୁରଭଞ୍ଜ(ବଡ଼ ଖବର): ଲଗାତାର ଜଙ୍ଗଲରେ ନିଆଁ ଲାଗିବା ପରେ ଭାଙ୍ଗିଲା ବନ ବିଭାଗର ନିଦ । ଆଉ ଏବେ ବନ ବିଭାଗ କେବଳ ନିଜ ବିଭାଗୀୟ କର୍ମଚାରୀଙ୍କୁ ନେଇ ସଚେତନ ବୈଠକ କରିଛି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ଆରମ୍ଭ କରିଛି ମକଡ୍ରିଲ । ଉଦଳା ବନ ବିଭାଗ କାର୍ଯ୍ୟାଳୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଏସସିଏଫ ଅରୁଣ ବିଶ୍ୱାଳଙ୍କ ସମେତ ଉଦଳା ରେଞ୍ଜର,ଉଦଳା ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ଜଙ୍ଗଲରେ ନିଆଁ ଲାଗିଲେ କିଭଳି ଆୟତ୍ତ କରାଯିବ ଏବଂ ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ କିଭଳି ଜଙ୍ଗଲରେ ଫାୟାର ଲାଇନ ତିଆରି କରାଯାଇ ନଜର ରଖାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ଏହା ସହିତ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲକୁ ଯାଇ ସେଠାରେ ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରାଯିବ ମକଡ୍ରିଲ କରିଥିଲେ । ସବୁଠାରୁ ବଡ଼ କଥା ବନ ବିଭାଗ କେବଳ ବିଭାଗୀୟ କର୍ମଚାରୀଙ୍କୁ ନେଇ ଆଲୋଚନା କରିଥିବା ବେଳେ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ । ଏହା ସହିତ ଜଙ୍ଗଲ ନିଆଁ କିପରି ଆଗାମୀ ଗ୍ରୀଷ୍ମ ଦିନରେ ଆୟତ୍ତରେ ରହିବ ଏବଂ ଜଙ୍ଗଲ ନିଆଁରେ ଜଙ୍ଗଲ କିମ୍ବା ବନ୍ୟଜନ୍ତୁଙ୍କର ଯେପରି କୌଣସି କ୍ଷତି ନ ହେବ ସେ ନେଇ ସମସ୍ତେ ସଜାଗ ରହିବାକୁ ବୈଠକରେ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ