ଲଗାତାର ନିଆଁ ପରେ ନିଦ ଭାଙ୍ଗିଲା

ମୟୁରଭଞ୍ଜ(ବଡ଼ ଖବର): ଲଗାତାର ଜଙ୍ଗଲରେ ନିଆଁ ଲାଗିବା ପରେ ଭାଙ୍ଗିଲା ବନ ବିଭାଗର ନିଦ । ଆଉ ଏବେ ବନ ବିଭାଗ କେବଳ ନିଜ ବିଭାଗୀୟ କର୍ମଚାରୀଙ୍କୁ ନେଇ ସଚେତନ ବୈଠକ କରିଛି । ଜଙ୍ଗଲ ନିଆଁ ଲିଭାଇବା ପାଇଁ ଆରମ୍ଭ କରିଛି ମକଡ୍ରିଲ । ଉଦଳା ବନ ବିଭାଗ କାର୍ଯ୍ୟାଳୟରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଏସସିଏଫ ଅରୁଣ ବିଶ୍ୱାଳଙ୍କ ସମେତ ଉଦଳା ରେଞ୍ଜର,ଉଦଳା ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ଜଙ୍ଗଲରେ ନିଆଁ ଲାଗିଲେ କିଭଳି ଆୟତ୍ତ କରାଯିବ ଏବଂ ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ କିଭଳି ଜଙ୍ଗଲରେ ଫାୟାର ଲାଇନ ତିଆରି କରାଯାଇ ନଜର ରଖାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ଏହା ସହିତ ବିଭାଗୀୟ କର୍ମଚାରୀମାନେ ଜଙ୍ଗଲକୁ ଯାଇ ସେଠାରେ ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରାଯିବ ମକଡ୍ରିଲ କରିଥିଲେ । ସବୁଠାରୁ ବଡ଼ କଥା ବନ ବିଭାଗ କେବଳ ବିଭାଗୀୟ କର୍ମଚାରୀଙ୍କୁ ନେଇ ଆଲୋଚନା କରିଥିବା ବେଳେ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀଙ୍କୁ ସଚେତନ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ । ଏହା ସହିତ ଜଙ୍ଗଲ ନିଆଁ କିପରି ଆଗାମୀ ଗ୍ରୀଷ୍ମ ଦିନରେ ଆୟତ୍ତରେ ରହିବ ଏବଂ ଜଙ୍ଗଲ ନିଆଁରେ ଜଙ୍ଗଲ କିମ୍ବା ବନ୍ୟଜନ୍ତୁଙ୍କର ଯେପରି କୌଣସି କ୍ଷତି ନ ହେବ ସେ ନେଇ ସମସ୍ତେ ସଜାଗ ରହିବାକୁ ବୈଠକରେ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ