Masthead

ବଢୁଛି ଶିଶୁର ମୁଣ୍ଡ, ସହାୟତା ଅପେକ୍ଷାରେ ବାପା ମା’

ବଡମ୍ବା (ବଡ଼ ଖବର ବ୍ୟୁରୋ): ଅସ୍ବାଭାବିକ ଭାବେ ବଢୁଛି ଶିଶୁର ମୁଣ୍ଡ । ଚିକିତ୍ସା ପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ବାପା ମା’ ।ନୂଆଁଣିଆ ଭଙ୍ଗା ଚାଳଛପର ଘର। ସ୍ବାମୀ ମୂଲ ଲାଗିଲେ ପରିବାର ଚଳେ। ପରିବାର କହଲେ ଗୋଟିଏ ଝିଅ ଓ ସ୍ବାମୀ ବିଜୟ। ଏମିତି ଅଭାବ ଅନାଟନ ଭିତରେ ଦଇବ ଦାଉ ସାଧିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ରଶ୍ମିତା। ଓଷା ବ୍ରତ କରି ଝିଅଟିଏ ପାଇଥିବାରୁ ନାଁ ରଖିଥିଲେ ତପସ୍ବିନୀ କିନ୍ତୁ ଶିଶୁଟିର ଅସ୍ବାଭାବିକ ଭାବେ ମୁଣ୍ଡ ବଢୁଥିବାରୁ ଦୁଃଖରେ ବାପା ମା’।

ଦେହ ଅଛି ତ ରୋଗ ଅଛି । ହେଲେ ଜନ୍ମରୁ ଯାହା ଶରୀରରେ ସମସ୍ୟା ଥାଏ ସେଥିରେ ପିଲାଟି  ଭୋଗିବା ସହିତ ବେଶି କଷ୍ଟ ପାଆନ୍ତି ତାର ମା’ ବାପା । ଉଭୟ ମାନସିକ, ଶାରୀରିକ ଏବଂ ଆର୍ଥିକ କଷ୍ଟରେ ଘାଣ୍ଟି ହୁଅନ୍ତି। ଆଉ ଯଦି ଗରିବ ପରିବାର ହୁଏ ତ ତେବେ କେବଳ କଷ୍ଟ ଯନ୍ତ୍ରଣାରେ ଦିନ ବିତେ। ଏକ ମାତ୍ର ଝିଅକୁ ପାଇ ଯେଉଁ ଘର ଦିନେ ଖୁସିରେ ଫାଟି ପଡୁଥିଲା ସେହି ଘରେ ଏବେ କେବଳ ଦୁଃଖ ଆଉ ହତାଶା ।

କଟକ ଜିଲ୍ଲା ବଡମ୍ବା ବ୍ଲକ ବଡବାରସିଂହ ପଞ୍ଚାୟତର ଜେମାଦେଇପୁର । ଏହି ଗାଁର ରଶ୍ମିତା ଓ ତାଙ୍କ ସ୍ୱାମୀ କେତେ ଓଷା ବ୍ରତ କରି ଝିଅଟିଏ ପାଇଥିଲେ । ଯେଉଁ ବୟସରେ ଝିଅ ତା ମା’ର ପଣତ କାନିଧରି ପାଠପଢିବା ପାଇଁ ବିଦ୍ୟାଳୟ ଯିବା କଥା ତାକୁ ଏବେ ଶଯ୍ୟାଶାୟୀ ହେବାକୁ ପଡ଼ିଛି। ତା ମୁଣ୍ଡଟି ଅସ୍ୱାଭାବିକ ଭାବେ ବଢ଼ି ଯାଇଛି । ସେ ଠିକରେ କଥା ପଦେ କହି ପାରୁନି। ତପସ୍ୱିନୀ ବୟସ ମାତ୍ର ସାତ ବର୍ଷ । ତାର ଶରୀର ତୁଳନାରେ ମୁଣ୍ଡର ଆକାର ବହୁତ ବଢ଼ିଯାଇଛି । ବଡମ୍ବା ଡାକ୍ତରଖାନାଠାରୁ ଆରମ୍ଭ କରି କଟକ ବଡ ଡାକ୍ତରଖାନା ଯାଏ ସବୁଆଡ଼େ ବୁଲାଇ ସାରିଲେଣି ବାପା ବିଜୟ ଓ ମା ରଶ୍ମିତା । ଯାହା ସଞ୍ଚୟ ଥିଲା ସରି ଗଲାଣି ଝିଅ ପିଛାରେ । ଆଉ ଟଙ୍କା ନଥିବାରୁ ପିଲାଟିକୁ ଡାକ୍ତରଖାନାରୁ ଫେରାଇ ଆଣି ଭଗବାନଙ୍କ ଭରସାରେ ବିଛଣାରେ ଶୁଆଇ ଦେଇଛନ୍ତି । ଅଭାବୀ ପରିବାର ହେତୁ କାମ ଧନ୍ଧା କଲେ ପେଟକୁ ଦାନା ଗଣ୍ଡେ ଯାଏ । ଧୀରେ ଧୀରେ ବୟସ ବଢୁଛି, ତା ସହିତ ଝିଅର ମୁଣ୍ଡବି ବଢୁଛି। ଆଉ ଜୀବନ ପ୍ରତି ବିପଦ ବି ବଢ଼ି ଚାଲିଛି । ତେଣୁ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଓ ଗାଁ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼