Before Header

ବଲିଉଡ୍ ବାଇସେପ୍ କି ଜୟ..

0 19

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ୍ ରୋଶନ ତାଙ୍କ ଦମଦଦାର ଆକ୍ଟିଙ୍ଗ୍, ଡ୍ୟାନ୍ସ ଆଣ୍ଡ ବଡି ଫିଟନେସ୍ରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ଦିୱାନା କରିଥାନ୍ତି । ଆକ୍ସନ ଫିଲ୍ମ ହେଉ କି ରୋମାଣ୍ଟିକ୍ ସବୁଥିରେ ସେ ବେଶ୍ ମାହିର । ଫିଲ୍ମର ସ୍କ୍ରିପ୍ଟ ଅନୁସାରେ ନିଜକୁ ଫିଟ୍ ରଖିଥାନ୍ତି ହ୍ରିତିକ୍ । କେତେବେଳେ ମୋଟା ତ କେତେବେଳେ ପତଳା ଏବଂ ଆଉ କେତେବେଳେ ନିଜର ସିକ୍ସ ପ୍ୟାକ୍ ବଡି ଦେଖାଇ ସେ ଦର୍ଶକଙ୍କୁ କରିଥା’ନ୍ତି ମତୁଆଲା ।

ରିସେଣ୍ଟଲି ସେହିପରି ପୁଣି ସିକ୍ସ ପ୍ୟାକ୍ ବଡି ଦେଖିବାକୁ ମିଳିଛି ହ୍ରିିତିକଙ୍କର । ସାମ୍ନାକୁ ଆସିଛି ତାଙ୍କର ଏକ ଦମଦାର ଫଟୋ । ସେଥିରେ ଦେଖାଇଛନ୍ତି ତାଙ୍କ ମସ୍କୁଲାର ବାଇସେପ୍ । କହିବାକୁ ଗଲେ ନିକଟରେ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ ରୋଶନ ତାଙ୍କ ଇନଷ୍ଟାଗ୍ରାମ୍ ପେଜ୍ ରେ ଏଭଳି ଏକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ ବଲିଉଡ ବାଇସେପ୍ କି ଜୟ..ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫିଟନେସ୍ ସମସ୍ତଙ୍କୁ ପ୍ରାୟ ଚକିତ କରିଛି । ହ୍ରିତିକଙ୍କ ପୋଷ୍ଟ ପରେ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କ ଫଟୋରେ କମେଣ୍ଟ କରିଛନ୍ତି ।

ପୂର୍ବତନ ପତ୍ନୀ ସୁଜେନ୍ ଖାନଙ୍କ ଠାରୁ ଆରମ୍ଭ କରି ଟାଇଗର ସ୍ରଫ୍ ଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ରକୃତରେ ହ୍ରିତିକଙ୍କର ଏହି ବାଇସେପ୍ ପଛରେ ରହିଛି ତାଙ୍କର ଅପକମିଙ୍ଗ୍ ଫିଲ୍ମ ଫାଇଟର । ଏହି ଆକ୍ସନ ଫିଲ୍ମ ପାଇଁ ସେ ଏବେ ଠାରୁ ପ୍ରିପୋରେସନ୍ ଆରମ୍ଭ କରି ଦେଇଛନ୍ତି । ଜିମ୍ରେ ଝାଳ ବୁହାଇବା ସହ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରି ନିଜ ବଡିକୁ ସେପ୍ ଦେବାରେ ଲାଗି ପଡ଼ିଛନ୍ତି ହ୍ରିତିକ୍ । ଏବେ ମସ୍କୁଲାର ବାଇସେପ୍ ସାଙ୍ଗକୁ ସିକ୍ସ ପ୍ୟାକ୍ ଆବ୍ସ କରି ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେଇଛନ୍ତି ।

ତେବେ ସୂଚନା ଅନୁସାରେ ଫିଲ୍ମ ଫାଇଟରରେ ହ୍ରିତିକ୍ ଲିଡ୍ ରୋଲ୍ ଥିବା ବେଳେ ତାଙ୍କ ଅପୋଜିଟ୍ରେ ପ୍ରଥମ କରି ନଜର ଆସିବେ ସୁପରଷ୍ଟାର ଆକ୍ଟ୍ରେସ୍ ଦୀପିକା ପାଦୁକୋନ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିବା ବେଳେ ଫିଲ୍ମଟି ଏକ ବଡ ସକ୍ସେସ୍ ପାଇବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଏହା ପୂର୍ବରୁ ମଧ୍ୟ ହ୍ରିତିକ୍ ତାଙ୍କ ଇନଷ୍ଟା ଷ୍ଟୋରିରେ କିଛି ଫଟୋ ସେୟାର କରିଥିଲେ ଯାହାକି ତାଙ୍କ ଫଲୋର୍ସଙ୍କୁ କାଫି ପସନ୍ଦ ହୋଇଥିଲା । ବର୍ତ୍ତମାନ ତାଙ୍କର ଏହି ନୂଆ ଲୁକ୍ ଏବଂ ନୂଆ ସିନେମା ଦର୍ଶକଙ୍କୁ କେତେ ମାତ୍ରାରେ ପସନ୍ଦ ଆସୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.