Masthead

ଅପମାନ ଅସହ୍ୟ, କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଫିଲ୍ମ ନିର୍ମାତା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରିପବ୍ଲିକ୍ ଟିଭି, ଟାଇମ୍ସ ନାଓ ରାସ୍ତାରେ ଚଳାଇଦେଉ ନାହାନ୍ତି। ବ୍ୟକ୍ତିଗତ ଗୋପନୀୟତା ଅଧିକାର ଛଡାଇନେଇଛନ୍ତି । ଅପମାନ ଆଉ ସହି ହେଉନାହିଁ । ଦିଲ୍ଲୀ ହାଇକୋର୍ଟରେ ଏଭଳି ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡର କିଛି ସଂଗଠନ । ସେମାନଙ୍କ ପକ୍ଷରୁ ଦାଖଲ ହୋଇଛି ଏକ ପିଟିସନ୍ । ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ, ସାମ୍ବାଦିକ ପ୍ରଦୀପ ଭଣ୍ଡାରୀ, ଟାଇମ୍ସ ନାଓର ସମ୍ପାଦକ ରାହୁଲ ଶିବଶଙ୍କର, ସହକାରୀ ସମ୍ପାଦକ ନବିକା କୁମାର ପ୍ରମୁଖ ବଲିଉଡ ବିରୋଧରେ ଅପମାନଜନକ ମନ୍ତବ୍ୟ ପ୍ରସାରଣ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ପଛରେ ପହିନାହିଁ । ସେମାନେ ମଧ୍ୟ ଚରିତ୍ର ସଂହାର କରୁଛନ୍ତି । ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚଳଚ୍ଚିତ୍ର ନିର୍ମାତା ଏବଂ ବଲିଉଡର କିଛି ସଂଗଠନ ଦାବି କରିଛନ୍ତି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ ଏହି ଚ୍ୟାନେଲଗୁଡିକ ବଲିଉଡ ପାଇଁ ଅତ୍ୟନ୍ତ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ