Masthead

ସ୍ଵଚ୍ଛ ଭାରତ ମିଶନରେ ମହାଘୋଟାଲା

କୋଣାର୍କ,(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପଞ୍ଚାୟତର ପ୍ରତ୍ୟକ ଗ୍ରାମର ଲୋକମାନଙ୍କୁ ଶୌଚାଳୟ ଯୋଗାଇ ଦିଆଯାଉଛି । ମାତ୍ର କିଛି ସରକାରୀ କର୍ମଚାରୀ ଏବଂ ଅନେକ ଅସାଧୁ ବ୍ୟକ୍ତିମାନେ ଏହାକୁ ବାଟ ମାରଣା କରିନେଉଛନ୍ତି । ଯାହାଫଳରେ ପ୍ରକୃତ ହିତାଧିକାରୀ ଏହାର ସୁଲଭ ପାଇପାରୁ ନାହାନ୍ତି । ଯାହାର ସୁରାକ ଏବେ ବଡ଼ ଖବର ହାତରେ। ଦୁର୍ନୀତିର ଚେର ଏବେ ସମଗ୍ର ପୁରୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପୁରୀ ଜିଲ୍ଲାରେ ସର୍ବାଧିକ ଲୁଟ୍ ହୋଇଥିବା ପ୍ରମାଣ ମିଳିଛି । ଗୋଟିଏ ଗୋଟିଏ ଲୋକ ନାମରେ ହୋଇଛି ୨ ରୁ ୩ଟି ଶୌଚାଳୟ । ଏପରିକି ଗୋଟିଏ ଶୌଚାଳୟର ୩ ପାଶ୍ୱର୍ରେ ୩ ଜଣଙ୍କ ନାଁ ମଧ୍ୟ ଲେଖାଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ କୋଣାର୍କର ଅର୍କକ୍ଷେତ୍ର NGO ସହିତ ମୋଟିଭେଟର କୃଷ୍ଣଚନ୍ଦ୍ର ମୁରୁଡ଼ି ମିଳିତ ଭାବରେ ହିତାଧିକାରୀ ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଲୁଟ୍।

ଅନ୍ୟପଟେ ସ୍ଵଚ୍ଛ ଭାରତ ମିଶନର ମୋଟିଭେଟର ବୋଲାଉଥିବା କୃଷ୍ଣଚନ୍ଦ୍ର ମୁରୁଡ଼ି ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ରହିଛି ଏଥିରେ ପ୍ରମୁଖ ଭୂମିକା। ଲୋକଙ୍କୁ ପ୍ରଲୋଭିତ କରି ଟଙ୍କାର ଲାଳସାରେ ଶୌଚାଳୟ ତିଆରି କରି ଲୋକମାନଙ୍କ ନାମରେ ମିଛ ବିଲ ତିଆରି କରି କରିଛନ୍ତି ଜାଲିଆତି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ କିପରି ଭିନ୍ନ ଉପାୟରେ ଲୁଟାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ବଉଲାଙ୍ଗ ପଞ୍ଚାୟତର ଶୌଚାଳୟ ଦୁର୍ନିତିରେ ଦେଖିବାକୁ ମିଳିଛି। ତେବେ କଣ ରହିଛି ଏହା ପଛର ପ୍ରକୃତ ସତ୍ୟତା ଓ କିଏ ପ୍ରକୃତ ଦୋଷୀ। ମୋଟୀଭେଟର, ଜେଇ , ସରପଞ୍ଚ କାହା ବିରୋଧରେ ହେବ କାର୍ଯାନୁଷ୍ଠାନ ତାହାକୁ ନେଇ ଏବେ ଉଠିଛି ଦ୍ୱନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼