Before Header

ଅସୁରକ୍ଷିତ ଗଜରାଜ

0 47

କୋଇଡ଼ା (ବଡ଼ ଖବର ବ୍ୟୁରୋ): ପୁଣି ଏକ ହାତୀ ଛୁଆ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଫରେଷ୍ଟ ରେଞ୍ଜ କୁସୁମୁଡ଼ି ଗାଁ ନିକଟରେ ହାତୀ ଛୁଆର ମୃତୁ ଦେହ ଠାବ । ମୃତ ହାତୀ ଛୁଆ ନିକଟରେ ଜଗିରହିଛି ମା ହାତୀ । ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆ ହାତୀଟି ପ୍ରାୟ ୧୫ ଦିନ ହେବ ଅସୁସ୍ଥ ହୋଇ ପଡ଼ିଥିଲା।

ବନ ବିଭାଗ ପକ୍ଷରୁ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଆଜି ହାତୀ ଛୁଆର ମୃତଦେହ ମିଳିଛି । ତେବେ ଚିକିତ୍ସା କରାଯିବା ପରେ ବନ ବିଭାଗ ପକ୍ଷରୁ ହାତୀ ଛୁଆଟି ଉପରେ ନିୟମିତ ଭାବେ ନଜର ରଖାଯାଇଥିଲା ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନି।

Leave A Reply

Your email address will not be published.