Masthead

‘ହୁ’ ମୁଖ୍ୟ ଟେଡ୍ରୋସ କହିଲେ ଗରିବ ଦେଶଙ୍କୁ ଟିକା ଦିଅ

(ବଡ଼ ଖବର ବ୍ୟୁରୋ): ଗରିବ ଦେଶଗୁଡ଼ିକୁ ଟିକା ଦେବା ପାଇଁ ‘ହୁ’ର ମୁଖ୍ୟ ଟେଡ୍ରୋସ କହିଛନ୍ତି। ସେ କହିଛନ୍ତି ଧନୀ ଦେଶଗୁଡ଼ିକ ଟିକାକରଣ ପାଇଁ କିଛି ଅସୁବିଧା ନାହିଁ। କାରଣ ତାଙ୍କ ପାଖରେ ଟିକା ଓ ଅର୍ଥ ଅଛି । ହେଲେ ଏମିତି ପରିସ୍ଥିତିରେ ଗରିବ ଦେଶଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଟିକା ଦେଇପାରୁନାହାନ୍ତି। ଆଗକୁ ଡେଲ୍ଟା ପ୍ଲସ ଭାଇରସ ମାରାତ୍ମକ ରୂପ ଧାରଣ କରି, ଅଧିକ ଧନ ଜୀବନ କ୍ଷତି କରିବାର ଆଶଙ୍କା ରହିଛି । ଗରିବ ଦେଶରେ ଟିକାକରଣ ନ ହେବା ବିଶ୍ଵସ୍ତରରେ କରୋନା ମୁକାବିଲାକୁ ପ୍ରଭାବିତ କରିବ।

ଏକ ସାମ୍ବାଦିକ ସମ୍ମିଳନୀରେ ‘ହୁ’ ମୁଖ୍ୟ ଟେଡ୍ରୋସ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ କରୋନା ସ୍ଥିତି ଗମ୍ଭୀର ହୋଇଛି। ଗତ ସପ୍ତାହରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ଟେଡ୍ରୋସ ନିଜେ ଜଣେ ଇଥିଓପିଆ ନାଗରିକ। ଏ ପରିସ୍ଥିତିରେ ସେ ବଡ଼ ଦେଶଗୁଡ଼ିକର ନାମ ନ ନେଇ ସମାଲୋଚନା କରିଛନ୍ତି ଯେ ଏହି ଧନୀ ଦେଶଗୁକ ଗରିବ ଦେଶକୁ ଟିକା ଦେବା ପାଇଁ କୁଣ୍ଠିତ ହେଉଛନ୍ତି। ଏହି ମନୋଭାବ ବିଶ୍ଵରେ ଅନ୍ୟାୟ ଓ ଅସମାନତାକୁ ବଢ଼ାଉଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଡବ୍ଲୁଏଚଓ ପକ୍ଷରୁ ସମଗ୍ର ବିଶ୍ଵକୁ ଟିକା ଯୋଗାଣ ପାଇଁ ‘କୋଭାକ୍ସ’ କାର୍ୟ୍ୟକ୍ରମ ଚାଲିଛି। ଧନୀ ଦେଶଗୁଡ଼ିକ ରିଆତି ଦରରେ ଟିକା ଯୋଗାଣ କରୁଛନ୍ତି। ‘କୋଭାକ୍ସ’ ଜରିଆରେ ୯୨ ଗରିବ ଦେଶର ୨୦ ପ୍ରତିଶତ ନାଗରିକଙ୍କ ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୨୧ରେ ଶେଷ ସୁଦ୍ଧା ୨ଶହ କୋଟି ଓ ୨୦୨୨ରେ ୨ଶହ କୋଟି ଏହି ଯୋଜନା ଅଧୀନରେ ଦେବା ପାଇଁ ଲକ୍ଷ୍ୟ ଥିଲା। ତେବେ ଏପର୍ୟ୍ୟନ୍ତ ମାତ୍ର ୮୯ କୋଟି ଟିକା ଯୋଗାଣ ହୋଇପାରିଛି। ଏହାକୁ ନେଇ ଡବ୍ଲୁଏଚ୍ଓ ଉଦବେଗ ପ୍ରକାଶ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ