Masthead

ପ୍ରଥମେ ଜଳିଲା ଏବେ ଜାଳୁଛି

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ପ୍ରଥମେ ଜଳିଲା ଏବେ ଜାଳୁଛି । କଥାଟା ଅଡୁଆ ଲାଗୁଥାଇପାରେ । ହେଲେ ସେଭଳି କିଛି ସ୍ଥିତିକୁ ନେଇ ଏବେ ଜନସାଧାରଣ କଲବଲ ହେଉଛନ୍ତି । ପ୍ରଥମେ ଶିମିଳିପାଳ ଜଳୁଥିବା ବେଳେ ଏବେ ତାର ପ୍ରଭାବରେ ଡହଡହ ଖରାରେ ଲୋକେ ଜଳୁଛନ୍ତି ।

ଜଙ୍ଗଲ ସୁରକ୍ଷା ନ କରିଲେ ଦିନେ ଯେ ଆମ ମୃତ୍ୟୂ ସୁନିଶ୍ଚିତ ତାହାର ଏକ ପ୍ରକାର ଚିତ୍ର ଏବେ ସାମ୍ନାକୁ ଆସିଛି । ବିଗତ ୧୫ ଦିନ ପୂର୍ବରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ଶିମିଳିପାଳ ହୁ ହୁ ହୋଇ ଜଳୁଥିଲା । ଲଗାତାର ୧୫ ଦିନ ଧରି ଶିମିଳିପାଳ ଜଳୁଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ରାଜନୀତି ରୁଟି ସେକା ବି ବେଶ୍ ଭଲ ହୋଇଥିଲା । ହେଲେ ଏବେ ତାହାର ପ୍ରତିଫଳନ ସାମ୍ନାକୁ ଆସିଛି । ଶିମିଳିପାଳ ୧୫ ଦିନ ଧରି ଜଳିଥିବା ବେଳେ କିଛି ଦିନ ହେବ ନିଅାଁ ଆୟତକୁ ଆସି ଲିଭିଥିଲା । ହେଲେ ପୁଣି ଶିମିଳିପାଳ ଜଳିବା ଆରମ୍ଭ କରିଛି । ଯାହାର ପରିଣାମ ସ୍ୱରୁପ ଗତକାଲି ଏବଂ ଆଜି ବିଶ୍ୱର ସବୁଠାରୁ ଅଧିକ ଉତପ୍ତ ସହର ପାଲଟିଛି ବାରିପଦା ବା ମୟୂରଭଞ୍ଜ ଜିଲ୍ଲା । ଖରାଦିନ ଆରମ୍ଭ ନ ହେଉଣୁ ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ତାତିରେ ଲୋକେ ଛଟପଟ ହେଉଛନ୍ତି । ଗତକାଲି ବାରିପଦାର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଆଜି ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ଦିନ ୧୦ ବାଜିଲା ବେଳକୁ ରାସ୍ତାଘାଟ ଶୂନଶାନ । ଅତି ଜରୁରୀ କାମ ରହିଥିଲେ ଲୋକେ ପଦାକୁ ବାହାରୁଥିବା ବେଳେ ଅନେକ ସମୟରେ ଲୋକେ ଖରାରେ ଡହଳବିକଳ ହେଉଛନ୍ତି । ଲସି ଦୋକାନରେ ଲୋକଙ୍କ ଭିଡ ଲାଗି ରହିଛି ।

ତେବେ ମାର୍ଚ୍ଚ ମାସ ଆରମ୍ଭ ବେଳକୁ ତାତିରେ କଲବଲ ହେଉଛନ୍ତି ମୟୂରଭଞ୍ଜ ବାସିନ୍ଦା । ଚଳିତବର୍ଷର ତାତି ପାଇଁ ସମସ୍ତେ ଶିମିଳିପାଳର ନିଅାଁକୁ ହିଁ ଦାୟୀ କରୁଛନ୍ତି । ଶିମିଳିପାଳରେ ଯଦି ଆରମ୍ଭରୁ ନିଆଁକୁ ଆୟତ କରାଯାଇପାରିଥାନ୍ତା ତେବେ ଏଭଳି ସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା । ତାସହିତ ଖରାକୁ ନଜରରେ ରଖି ସ୍ଥାନୀୟ ଏନଏସି ଏବଂ ପୌର ପରିଷଦ ପକ୍ଷରୁ ସେଭଳି କୌଣସି ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ । ଅନ୍ୟପଟେ ଶିମିଳିପାଳର ୪୭ ପଏଣ୍ଟରେ ଏବେ ବି ନିଆଁ ଲାଗିଥିବା ବେଳେ ଏହାର ପ୍ରଭାବରେ ଆଗାମୀ ଦିନରେ ତାତିର ପ୍ରଭାବ ଭୟଙ୍କର ହେବ ବୋଲି ମତପ୍ରକାଶ ପାଇଛି ।

ସବୁପରେ ଶିମିଳିପାଳରେ ପୁଣି ଲାଗିଥିବା ନିଆଁ ଆୟତ ନ ହେଲେ ଆଗାମୀ ଦିନରେ ଯେ ସ୍ଥିତି କେତେ ସାଂଘାତିକ ହେବ ତାହା ଏବେ ବି ଜଳ ଜଳ ହୋଇ ଦିଶୁଛି । ତେଣୁ ଗଛ ବା ଜଙ୍ଗଲ ସହିତ ମଣିଷ ଯେ ଜଡିତ ତାହା ଆଉ ବୁଝିବାକୁ ବାକି ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ