Before Header

ଦୁଃଖଦ ଖବର, ଚାଲିଗଲେ କାଳିଆ

0 497

ଭୁବନେଶ୍ୱର/କଟକ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଏମ୍ସର ଡାକ୍ତରମାନେ ବିଶ୍ୱକୁ ଚମକାଇ ଦେଇଥିଲେ । ଚିକିତ୍ସା ବିଜ୍ଞାନର ମହନୀୟତା ପ୍ରତିପାଦିତ ହୋଇଥିଲା । ଜନ୍ମରୁ ଯୋଡ଼ାମୁଣ୍ଡ ଥିବା ଦୁଇ ଶିଶୁପତ୍ରଙ୍କୁ କରାଯାଇଥିଲା ଅଲଗା ।


କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମିଲୁପଡ଼ା । ଏହି ଗାଁର ଭୂୟାଁ କହଁର ଜଣେ ଦିନ ମଜୁରିଆ । ୨୦୧୫ ମସିହାରେ ଭୂୟାଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଏକ ବିଚିତ୍ର ଶିଶୁକୁ ଜନ୍ମ ଦେଇଥିଲେ । ଗୋଟିଏ ମୁଣ୍ଡଥାଇ ଦୁଇ ଶିଶୁପୁତ୍ରଙ୍କୁ ଦେଖି ପୁଷ୍ପାଞ୍ଜଳି ଚକିତ ହୋଇଯାଇଥିଲେ । ମାତୃତ୍ୱର ଅନାବିଳ ନିର୍ଯ୍ୟାସ ଢ଼ାଳି ଦେଇଥିଲେ । ବୟସ ବଢ଼ିଥିଲା ସତ କିନ୍ତୁ ଦୁଇ ଶିଶୁ ପାଉଥିଲେ ଯମଯନ୍ତ୍ରଣା ।


ଜଗା -କାଳିଆ ନାମରେ ଏମାନେ ପରିଚିତ ଥିଲେ । ଏମାନଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସହଯୋଗର ହାତ ବଢ଼ାଇଥିଲେ ରାଜ୍ୟ ସରକାର । ଆରମ୍ଭ ହୋଇଥିଲା ଦୁଇ ଶିଶୁଙ୍କୁ ପୃଥକ କରିବା ପ୍ରକ୍ରିୟା । ରାଜଧାନୀ ଏକ୍ସପ୍ରେସରେ ବାପା-ମାଆଙ୍କ ସହ ଜଗା-କାଳିଆ ପହଞ୍ଚିଥିଲେ ଦିଲ୍ଲୀର ଏମ୍ସରେ । ଏମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଦେଇଥିଲେ ଏକ କୋଟି ଟଙ୍କା ।


ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଗଢ଼ା ହୋଇଥିଲା ଏକ ଡାକ୍ତର ଟିମ୍ । ଏଥିରେ ନିଶ୍ଚେତକ, ନିରୋ, ମେଡିସିନ, ପ୍ଲାଷ୍ଟିକ ସର୍ଜରୀ, ପେଡିୟେଟ୍ରିକ୍ ପ୍ରଭୃତି ବିଭାଗର ୧୮ ଜଣ ବିଶେଷଜ୍ଞ ସଦସ୍ୟ ଥିଲେ । ଏପରିକି ବିଦେଶରୁ ମଧ୍ୟ ଆସିଥିଲେ ବଛା ବଛା ଡାକ୍ତର । ୨୦୧୭ ଅଗଷ୍ଟ ୨୮ ତାରିଖରେ ଡାକ୍ତରମାନେ ଆରମ୍ଭ କରିଥିଲେ ଅପରେସନ । ଏହି ବିରଳ ଅପରେସନକୁ ଦେଖୁଥିଲା ସମଗ୍ର ବିଶ୍ୱ । ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ସମଗ୍ର ଦେଶର ଲୋକମାନେ ସେମାନଙ୍କ ଆରାଧ୍ୟଙ୍କୁ କରିଥିଲେ ପ୍ରାର୍ଥନା । ଆଉ ମିଲୁପଡ଼ାରେ ଜଳିଥିଲା ଅଖଣ୍ଡ ଦୀପ ।


ଦୀର୍ଘ ୧୮ ଘଣ୍ଟାର ଅପରେସନ । ଡାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ପ୍ରଥମ ପର୍ଯ୍ୟାୟ ଅପରେସନ କରିଥିଲେ । ଏହି ଅପରେସନ ଥିଲା ଅତ୍ୟନ୍ତ ସଫଳ । ବିଶ୍ୱବାସୀ ଏହି ଡାକ୍ତରୀ ଟିମକୁ ପ୍ରଶଂସାରେ ପୋତି ଦେଇଥିଲେ । ସେହି ବର୍ଷ ଅକ୍ଟୋବର ୨୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଦୁଇ ଶିଶୁ ହୋଇଥିଲେ ଅଲଗା ।


ଏମାନଙ୍କ ଉପରେ ଏମ୍ସର ସ୍ୱତନ୍ତ୍ର ଡାକ୍ତର ଟିମ୍ ରଖିଥିଲା ନଜର । ଧୀରେ ଧୀରେ ସୁସ୍ଥ ହେଉଥିଲେ ଜଗା-କାଳିଆ । ଜଗାଙ୍କ ଅପେକ୍ଷା କାଳିଆ ସେତେ ସୁସ୍ଥ ନଥିଲେ । ତଥାପି ଦୁହେଁ ସୁସ୍ଥ ହେବେ ବୋଲି ଡାକ୍ତରମାନେ ଆଶାବାଦୀ ହୋଇ ଉଠିଥିଲେ ।


ଆସିଲା ବିଦାୟର ବେଳା । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ଭୁୟାଁ ଓ ପୁଷ୍ପାଞ୍ଜଳି ଜଗା-କାଳିଆଙ୍କୁ ଧରି ଆସିଲେ କଟକ ଏସସିବି । ଏମାନଙ୍କ ସହ ଆସିଥିଲେ ଡାକ୍ତର ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ । ସେମାନେ ଏସସିବିର ଡାକ୍ତରମାନଙ୍କ ସହ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରି ଦିଲ୍ଲୀ ଫେରି ଯାଇଥିଲେ ।


ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଜଗା-କାଳିଆ ସେହି ଦିନଠାରୁ ଏସସିବିରେ ଚିକିତ୍ସିତ ହେଉଥିଲେ । ନିଆ ଯାଉଥିଲା ସେମାନଙ୍କର ଉପଯୁକ୍ତ ଯତ୍ନ । ସମାନ୍ୟ ଟିକେ ମଧ୍ୟ ଅବହେଳା କରାଯାଉ ନ ଥିଲା । କିନ୍ତୁ କାଳିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ଭାଇ ଜଗାଙ୍କୁ ଛାଡ଼ି କାଳିଆ ସବୁଦିନ ପାଇଁ ଆଜି ଆଖି ବରକ୍ସକ୍ଟ ଦେଇଛନ୍ତି ।

Leave A Reply

Your email address will not be published.