Masthead

ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ର ଟି୨୦ ସିରିଜ୍ରେ କ୍ଲିନ୍ ସ୍ୱିପ୍ ହୋଇ ନିରାଶଜନକ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଜୁଲାଇ ୧ ବୁଧବାରଠାରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଯାଉଛି । ପ୍ରଥମ ମ୍ୟାଚରେ ଜୋରଦାର୍ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ୍ ଆରମ୍ଭ ହେଉଛି । ସିରିଜର ପ୍ରଥମ ମ୍ୟାଚ୍ ଚେଷ୍ଟର-ଲି-ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟ ରାତି ୧୦ଟାରେ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚରେ ପୁଣିଥରେ ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଛି ।

ସେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଅର୍ନ୍ତଜାତୀୟ କ୍ରିକେଟ୍ରେ ଜୋରଦାର ପ୍ରଦର୍ଶନ କରି ଇତିହାସ ରଚିବାର ଆଶା ରଖିଛନ୍ତି ପ୍ରଶଂସକ । ଆୟରଲ୍ୟାଣ୍ଡ ବିପକ୍ଷ ଟି୨୦ ମ୍ୟାଚ୍ ସ୍ଥାନ ପାଇ ନ ଥିଲେ ବୈଭବ । କିନ୍ତୁ, ଇଂଲଣ୍ଡ ବିପକ୍ଷ ସିରିଜରେ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସମ୍ଭାବନା ବହୁତ ଅଧିକ ରହିଛି । ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳ ଏହି ସିରିଜରେ ନିଜର ଦବଦବା ଜାରି ରଖିବାକୁ ପ୍ରୟାସ କରିବ । ଟି୨୦ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ବହୁତ ଉତ୍କୃଷ୍ଟ । କୌଣସି ଟି୨୦ ସିରିଜରେ ଭାରତ କେବେ ମଧ୍ୟ ଇଂଲଣ୍ଡ ଠାରୁ ପରାଜିତ ହୋଇ ନାହିଁ । ୨୦୧୨-୧୩ରେ ଇଂଲଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଡ୍ର କରିବାରେ ସଫଳ ହୋଇଥିଲା ଭାରତ । ଏହା ପରଠାରୁ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରତ୍ୟେକ ଟି୨୦ ସିରିଜ୍ ଭାରତ ଜିତି ଆସିଛି । ମ୍ୟାଚ୍ କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ