Masthead

ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେଲେ ଜେନେରାଲ ଧୀରଜ ସେଠ । ମଙ୍ଗଳବାର ଜେନେରାଲ ଧୀରଜ ସେଠ ଭାରତୀୟ ସ୍ଥଳସେନାର ୩୧ତମ ନୂତନ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶ ପାଇଁ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବିଶିଷ୍ଟ ସେବା ପ୍ରଦାନ କରିବା ପରେ ଆଜି ସେ ସେବାରୁ ଅବସର ଗ୍ରହଣ କରିଛନ୍ତି । ଦ୍ୱିବେଦୀ ଅବସର ନେବା ପୂର୍ବରୁ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସ୍ମାରକୀରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଦାୟ ସମୟରେ ଜେନେରାଲ ଦ୍ୱିବେଦୀ ଭାବପ୍ରବଣ ହୋଇଯାଉଇଥିଲେ । ଏହି ଅବସରରେ ବିଦାୟୀ ସେନା ମୁଖ୍ୟ କହିଛନ୍ତି ଯେ , ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସର୍ବୋତ୍ତମ ସୌଭାଗ୍ୟ । ନୂତନ ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ୧୯୮୬ରେ ଆମଡ ର୍ କର୍ପ୍ସରେ କମିଶନ ଭାବରେ ଦାୟିତ୍ୱ ତୁଲାଉଥିଲେ ।

ସେ ତାଙ୍କର ଗୌରବମୟ ସାମରିକ କ୍ୟାରିୟରରେ ଅପରେସନାଲ୍, ରଣନୀତିକ, କ୍ଷମତା ବିକାଶ ଏବଂ ପ୍ରତିଷ୍ଠାନ ଗତ କ୍ଷେତ୍ରରେ ବ୍ୟାପକ କ୍ଷମତା ହାସଲ କରିଛନ୍ତି । ଖଡକୱାସଲା ସ୍ଥିତ ନ୍ୟାସନାଲ୍ ଡିଫେନ୍ସ ଏକାଡେମିର ପୂର୍ବତନ ଛାତ୍ର ଥିଲେ ଜେନେରାଲ ଧୀରଜ ସେଠ । ଲେଫ୍ଟନାଣ୍ଟ ଜେନେରାଲ ଭାବେ ଭାରତୀୟ ସେନାର ଅନ୍ୟତମ ପ୍ରମୁଖ ଷ୍ଟା୍ରଇକ୍ ଫର୍ମେସନ ସୁଦର୍ଶନ ଚକ୍ର କୋର୍ପ୍ସର କମାଣ୍ଡ ସମ୍ଭାଳିଥିଲେ । ଏହା ସହ ସେ ଜେନେରାଲ ଅଫିସର କମାଣ୍ଡିଂ , ଦିଲ୍ଲୀ ଏରିଆ ଭାବେ କାର୍ଯ୍ୟକରି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଓ ଆନ୍ତର୍ଜାତିକ ସାମରିକ କାର୍ଯ୍ୟକ୍ରମ ସହ ବିଭିନ୍ନ ସାମରିକ ଦାୟିତ୍ୱର ତଦାରଖ କରିଥିଲେ । ଆର୍ମି କମାଣ୍ଡର ପଦବୀରେ ପଦୋନ୍ନତି ପାଇବା ପରେ ଜେନେରାଲ ଧୀରଜ ସେଠ ଦକ୍ଷିଣ – ପଶ୍ଚିମ କମାଣ୍ଡର ନେତୃତ୍ୱ ସମ୍ଭାଳିଥିଲେ । ପ୍ରାୟ ଅଢେଇ ବର୍ଷ ଧରି ସେ ଗୁରୁତ୍ୱପୂର୍ଣ୍ଣ ସାମରିକ କ୍ଷେତ୍ର ଗୁଡିକରେ ରଣନୀତିକାର ଭାବରେ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଜ୍ୱରରେ କମ୍ପିବେ ଜଗତନାଥ 🔴 ଭକ୍ତଙ୍କୁ କୋଳେଇ ନେବାକୁ ଆସିଛନ୍ତି ମହାବାହୁ 🔴 ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବ ସେନାପଟା ବାହୁଟ