Masthead

ଭୋଟ ଦେଉଛି ବିହାର

ବିହାର (ବଡ଼ ଖବର ବ୍ୟୁରୋ):ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ । ୧୮ଜିଲ୍ଲାର ୧୨୧ ଆସନରେ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପୂର୍ଣ୍ଣ ଉତ୍ସାହ” ସହିତ ଭୋଟ ଦେବାକୁ ଅପିଲ୍ କରିଛନ୍ତି। ପିଏମ୍ ତାଙ୍କ ଏକ୍ସ ପୋଷ୍ଟ ଲେଖଛନ୍ତି, ଆଜି ବିହାରରେ ଗଣତନ୍ତ୍ରର ପର୍ବର ପ୍ରଥମ ପର୍ଯ୍ୟାୟ ମତଦାନ। ବିଧାନସଭା ନିର୍ବାଚନରେ ଏହି ପର୍ଯ୍ୟାୟର ସମସ୍ତ ଭୋଟରଙ୍କୁ ମୋର ନିବେଦନ ଯେ ସେମାନେ ପୂର୍ଣ୍ଣ ଉତ୍ସାହର ସହିତ ଭୋଟ୍ ଦିଅନ୍ତୁ। ଏଥି ସହିତ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଯୁବ ସାଥୀଙ୍କୁ ମୋର ବିଶେଷ ଅଭିନନ୍ଦନ। ପ୍ରଥମେ ଭୋଟ୍, ତା’ପରେ ଜଳପାନ”।

ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ଆସନରେ ପଡ଼ିବ ଭୋଟ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିରେ ରହିଛନ୍ତି ୧୨୨ ଜଣ ମହିଳା ପ୍ରାର୍ଥୀ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ପ୍ରଥମ ପର୍ଯ୍ୟାୟ ମତଦାନର ବେଶ ଗୁରୁତ୍ୱ ରହିଛି । କାରଣ ଏହି ପର୍ଯ୍ୟାୟରେ ଯାହା ପଲା ଭାରି ରହିବ, ବିହାର ଜନାଦେଶ ତା ସପକ୍ଷରେ ଯିବ ବୋଲି ସମୀକ୍ଷକ କହୁଛନ୍ତି । ସମସ୍ତ ମତଦାନ କେନ୍ଦ୍ର ପ୍ରସ୍ତୁତ ରହିଥିବା ବେଳେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଭୋଟଦାନ ପ୍ରକ୍ରିୟାର ଲାଇଭ ୱେବକାଷ୍ଟିଂ ସହ ସିସିଟିଭି ସର୍ଭିଲାନ୍ସ ଜରିଆରେ ନଜର ରଖିବେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ।  ବିହାର ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରାଯାଇ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ