ଭାସୁଛି ସ୍ୱାସ୍ଥ୍ୟକେନ୍ଦ୍ର

ଜଲେଶ୍ୱର(ବଡ଼ ଖବର ବୁ୍ୟରୋ): ଲଗାଣ ବର୍ଷାରେ ଉବୁଡୁବୁ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଆଉଟଡୋର ପାଖରୁ ଆରମ୍ଭ କରି ସବୁ ଆଡ଼େ ପଶିଛି ବର୍ଷା ପାଣି । ଫଳରେ ମେଡ଼ିକାଲରେ ବିଷମ ସ୍ଥିତି ଉପୁଜିଛି। ଆଉଟଡୋରକୁ ଦେଖାଇବା ପାଇଁ ଆସୁଥିବା ରୋଗୀ ମାନେ ବହୁ ହନ୍ତସନ୍ତ ହେଉଛନ୍ତି। ଷ୍ଟାପମାନେ ବି ନିରୁପାୟ ହେଇଥିବାର ଦେଖିବାକୁ ମିଳିଛି। ମେଡ଼ିକାଲ ସାମ୍ନାରେ ବି ଦୁଇ ଫୁଟର ପାଣି ଜମି ରହିଛି ।

ସମସ୍ତ ବିଭାଗରେ ବର୍ଷା ପାଣି ପଶିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପରେ ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଙ୍ଗକୁ ସ୍ଥାନାନ୍ତରିତ କରାଯାଇଛି। ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତରଖାନା ପରିସରରେ ପାଣି ପଶିଛି ଯାହା ଫଳରେ ରୋଗୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାମ ଆରମ୍ଭ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ