ଖଣ୍ଡପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ – ମାର୍ଶାଘାଇ ବ୍ଲକ – ଆଖୁଆ ଦକ୍ଷିଣୀ ଗ୍ରାମ ପଞ୍ଚାୟତର ଅଭୟପୁର ଗ୍ରାମ । ଗ୍ରାମର ଆରାଧ୍ୟା ‘ମା’ ଭାଗବତୀଙ୍କ ପିଠର ଉନ୍ନତି କରଣ ନିମନ୍ତେ ତିନି ଲକ୍ଷ ଟଙ୍କା ବେୟ ଅଟକଳରେ ତିଆରି ହୋଇଥିଲା ୭୦ ଫୁଟ ଲମ୍ବର କଂକ୍ରିଟ ୱାଲ । ଆଜି ଏହି ୱାଲଟି ଚିତ୍ରୋତ୍ପଳା ନଦୀରେ ବନ୍ୟା ଆସି ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି । ଚିତ୍ରୋତ୍ପଳା ଅତି ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ମାତ୍ର ପନ୍ଦର ଦିନରେ ଏହି ୱାଲଟି ଭୁଶୁଡି ପଡ଼ିଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ।