କଟକ (ବଡ଼ ଖବର ବ୍ୟୁରୋ): ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ । ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୦ଟି ଗେଟ୍ ଖୋଲା । ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୬.୫ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ । ମହାନଦୀର ଶାଖା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ତଳିଆ ଅଂଚଳର ଲୋକେ ସତର୍କ ରହିବାକୁ ନିର୍ଦ୍ଦେଶ ।
ଆଜି ୫ ଲକ୍ଷ କ୍ୟୁସେକ ପାଣି ଟପିଲା ମୁଣ୍ଡଳୀରେ। ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି।ଗତକାଲି ମୁଣ୍ଡଳୀରେ ୨ ଲକ୍ଷ ପାଣି ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଥିବା ବେଳେ, ଆଜି ସକାଳୁ ହଠାତ୍ ୫ ଲକ୍ଷ ୧୬ ହଜାର କ୍ୟୁସେକ ଜଳ ତଳିଆ ଅଞ୍ଚଳକୁ ପ୍ରବାହିତ ହେଉଛି। ଏହାଫଳରେ କାଠଯୋଡ଼ିରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।
