Masthead

ବ୍ରହ୍ମପୁତ୍ର ନଦୀରେ ଦୁର୍ଘଟଣା; ବୁଡ଼ିଗଲା ଯାତ୍ରୀବାହୀ ଫେରି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସାମର ବ୍ରହ୍ମପୁତ୍ର ନଦୀରେ ଦୁଇ ଯାତ୍ରୀବାହୀ ଫେରି ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଗୋଟିଏ ଫେରି ବୁଡ଼ି ଯାଇଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୨ ଜଣ ନିଖୋଜ ହୋଇଛନ୍ତି । ପରାହ୍ନ ପ୍ରାୟ ୪ଟା ବେଳେ ମାଜୁଲୀର କମଲାବାରୀ ଓ ଜୋରହଟର ନେମାଟି ଘାଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ନେମାଟି ଘାଟରୁ ପ୍ରାୟ ୧୦୦ ମିଟର ଦୂରରେ ହୋଇଛି।

ବଡ଼ ଯାତ୍ରୀବାହୀ ଫେରିଟି ଘାଟ ଛାଡୁଥିବା ବେଳେ କମଲାବାରି ପଟକୁ ଯାଉଥିବା ଏକ ଛୋଟ ଫେରି ଆସି ପିଟି ହୋଇଯାଇଥିଲା। ଫଳରେ ଫେରିଟି ଓଲଟି ପଡି ବୁଡି ଯାଇଥିବା ଜଣାପଡିଛି। ଦୁର୍ଘଟଣା ବେଳେ ଉଭୟ ଫେରିରେ ଶତାଧିକ ଯାତ୍ରୀ ଥିଲେ। ତେବେ ଛୋଟ ଫେରିରେ ଯାତ୍ରା କରୁଥିବା ଲୋକେ ନଦୀ ସୁଅରେ ଭାସି ଯାଇଥିବାର ଆଶଙ୍କା କରାଯାଛି। ସୂଚନା ପାଇ ରାଜ୍ୟ ବିପର୍ୟ୍ୟୟ ପ୍ରସମନ ବଳ ଓ ଏନଡିଆରଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପରିଚାଳନା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ