Masthead

ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! କେନ୍ଦୁଝର ଘଟଗାଁରୁ ମହିଳାଙ୍କ ମୃତଦେହ ଠାବ । ରାଜଧାନୀରୁ ନିଖୋଜ କନଷ୍ଟେବଳଙ୍କ ମୃତଦେହ ସନ୍ଦେହ । ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ହୋଇଥିବା ସନ୍ଦେହ । ପ୍ରେମିକ ଦୀପକ ରାଉତଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ୍ । ଗତ ୬ ତାରିଖରୁ ନିଖୋଜ ଅଛନ୍ତି କନଷ୍ଟେବଲ୍ ଶୁଭମିତ୍ରା ସାହୁ । ଗତ ୬ ତାରିଖ ସକାଳେ ଶୁଭମିତ୍ରା ଅଫିସ୍‌ ଆସିଥିଲେ । ସେଦିନ ଘରକୁ ଯାଇନଥିଲେ ।

କାର୍ଯ୍ୟ ବ୍ୟସ୍ତ ଥିବେ ବୋଲି ପରିବାର ଲୋକ ଭାବିଥିଲେ । କିନ୍ତୁ ସନ୍ଧ୍ୟା ୭ଟା ଯାଏ  ସେ ଘରକୁ ନ ଫେରିବାରୁ ପରିବାର ଲୋକ ଅଫିସ ସହ ଯୋଗାଯୋଗ  କରିଥିଲେ । ଅପରାହ୍ଣ ସାଢ଼େ ୧ଟାରେ ଶୁଭମିତ୍ରା ଘରକୁ ଖାଇବାକୁ ଆସିଥିବା ଶୁଣି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ସେହିଦିନ ରାତିରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ  ଶୁଭମିତ୍ରାଙ୍କ ଫଟୋ ଓ ସବୁ ଥାନାକୁ ପଠାଇଥିଲା । ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପୁଲିସ ଲୋକେସେନ ଟ୍ରାକ କରିପାରୁନି । ନିଖୋଜ ଅଭିଯୋଗ ପରେ ପୁଲିସ ନିଖୋଜ ପୋଷ୍ଟର ମାରିଥିଲା। ଶୁଭମିତ୍ରାଙ୍କ ସମ୍ପର୍କରେ ସୂଚନା  ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ସେପଟେ ତାଙ୍କ ବାପା ଅଭିଯୋଗ କରିଥିଲେ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପକ ନାମକ ଜଣେ ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କ ଝିଅର ସମ୍ପର୍କ ଥିଲା । ସେ ହିଁ ତାଙ୍କ ଝିଅକୁ କେଉଁଆଡ଼େ ନେଇ ଯାଇଥାଇପାରନ୍ତି। ବାପାଙ୍କ ଅଭିଯୋଗ ପରେ ପୁଲିସ ମାମଲାରେ ଛାନ୍‌ଭିନ୍ କରିଥିଲା । ମହିଳା କନେଷ୍ଟବଳ କଲ୍ ଡିଟେଲ୍‌ସରୁ  ଅଭିଯୁକ୍ତ ଦୀପକ ବାବଦରେ ଜାଣିବାକୁ ପାଇଥିଲା  । ପରେ ତାଙ୍କୁ ମାରାଥନ ଜେରା କରିଥିଲା । ଏହି ଜେରା ସମୟରେ ଦୀପକ ସବୁ ସତ ମାନିଥିବା କୁହାଯାଉଛି। ପ୍ରେମିକ କନେଷ୍ଟବଳ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଏକ ଜଙ୍ଗଲରେ ଫିଙ୍ଗିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ