ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! କେନ୍ଦୁଝର ଘଟଗାଁରୁ ମହିଳାଙ୍କ ମୃତଦେହ ଠାବ । ରାଜଧାନୀରୁ ନିଖୋଜ କନଷ୍ଟେବଳଙ୍କ ମୃତଦେହ ସନ୍ଦେହ । ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ହୋଇଥିବା ସନ୍ଦେହ । ପ୍ରେମିକ ଦୀପକ ରାଉତଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ୍ । ଗତ ୬ ତାରିଖରୁ ନିଖୋଜ ଅଛନ୍ତି କନଷ୍ଟେବଲ୍ ଶୁଭମିତ୍ରା ସାହୁ । ଗତ ୬ ତାରିଖ ସକାଳେ ଶୁଭମିତ୍ରା ଅଫିସ୍‌ ଆସିଥିଲେ । ସେଦିନ ଘରକୁ ଯାଇନଥିଲେ ।

କାର୍ଯ୍ୟ ବ୍ୟସ୍ତ ଥିବେ ବୋଲି ପରିବାର ଲୋକ ଭାବିଥିଲେ । କିନ୍ତୁ ସନ୍ଧ୍ୟା ୭ଟା ଯାଏ  ସେ ଘରକୁ ନ ଫେରିବାରୁ ପରିବାର ଲୋକ ଅଫିସ ସହ ଯୋଗାଯୋଗ  କରିଥିଲେ । ଅପରାହ୍ଣ ସାଢ଼େ ୧ଟାରେ ଶୁଭମିତ୍ରା ଘରକୁ ଖାଇବାକୁ ଆସିଥିବା ଶୁଣି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ସେହିଦିନ ରାତିରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ  ଶୁଭମିତ୍ରାଙ୍କ ଫଟୋ ଓ ସବୁ ଥାନାକୁ ପଠାଇଥିଲା । ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପୁଲିସ ଲୋକେସେନ ଟ୍ରାକ କରିପାରୁନି । ନିଖୋଜ ଅଭିଯୋଗ ପରେ ପୁଲିସ ନିଖୋଜ ପୋଷ୍ଟର ମାରିଥିଲା। ଶୁଭମିତ୍ରାଙ୍କ ସମ୍ପର୍କରେ ସୂଚନା  ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ସେପଟେ ତାଙ୍କ ବାପା ଅଭିଯୋଗ କରିଥିଲେ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପକ ନାମକ ଜଣେ ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କ ଝିଅର ସମ୍ପର୍କ ଥିଲା । ସେ ହିଁ ତାଙ୍କ ଝିଅକୁ କେଉଁଆଡ଼େ ନେଇ ଯାଇଥାଇପାରନ୍ତି। ବାପାଙ୍କ ଅଭିଯୋଗ ପରେ ପୁଲିସ ମାମଲାରେ ଛାନ୍‌ଭିନ୍ କରିଥିଲା । ମହିଳା କନେଷ୍ଟବଳ କଲ୍ ଡିଟେଲ୍‌ସରୁ  ଅଭିଯୁକ୍ତ ଦୀପକ ବାବଦରେ ଜାଣିବାକୁ ପାଇଥିଲା  । ପରେ ତାଙ୍କୁ ମାରାଥନ ଜେରା କରିଥିଲା । ଏହି ଜେରା ସମୟରେ ଦୀପକ ସବୁ ସତ ମାନିଥିବା କୁହାଯାଉଛି। ପ୍ରେମିକ କନେଷ୍ଟବଳ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଏକ ଜଙ୍ଗଲରେ ଫିଙ୍ଗିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ