Masthead

ପୁଣି ଅଜଣା ଜନ୍ତୁ ଆତଙ୍କ, ବନ ବିଭାଗ ଲଗାଇଲା ଟ୍ରାପ୍ କ୍ୟାମେରା

ନିଆଳି(ବଡ଼ ଖବର ବ୍ୟୁରୋ): ନିଆଳିରେ ପୁଣି ଆଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ମେଷ ପାଳକମାନେ ଚିନ୍ତାରେ ଥିବା ବେଳେ ମେଷ ପାଳକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ବନ ବିଭାଗ ପ୍ରତିଶ୍ରୁତି ଦେଇଛି । ସେପଟେ ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଫୁଲନଖରା ବନ ବିଭାଗ ପକ୍ଷରୁ ଟ୍ରାପ କ୍ୟାମେରା ଲଗାଯାଇଛି । ୫ ବର୍ଷ ପୂର୍ବେ ଯେଉଁ ଢ଼ଙ୍ଗରେ ଅଜଣା ଜନ୍ତୁ ମେଣ୍ଢା ମାନଙ୍କୁ ଆକ୍ରମଣ କରିଥିଲା ଏବେ ପୁଣି ସେଇ ଢଙ୍ଗରେ ମେଣ୍ଢା ମାନଙ୍କୁ ଆକ୍ରମଣ କରୁଛି। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଠାକୁର ପୋଖରୀ ସାହିରେ ଚଳିତ ମାସ ୧୦ ଓ ୧୩ ତାରିଖ ବିଳମ୍ବିତ ରାତିରେ ଦୁଇ ଜଣ ମେଷ ପାଳନଙ୍କ ଗୁହାଳରୁ ୨୯ ମେଣ୍ଢାଙ୍କ ଜୀବନ ନେଇ ସାରିଛି ଅଜଣା ଜନ୍ତୁ। ଫଳରେ ଏବେ ନିଆଳି, କଣ୍ଟାପଡ଼ା କଟକ ସଦର,ବାରଙ୍ଗ ଅଞ୍ଚଳରେ ମେଷ ପାଳନଙ୍କୁ କୋକୁଆ ଭୟ ସୃଷ୍ଟି ହୋଇଛି।

ଫୁଲନଖରା ବନ ବିଭାଗ ଅଜଣା ଜନ୍ତୁଙ୍କୁ ଠାବ କରିବା ପାଇଁ ଗତକାଲି ସନ୍ଧ୍ୟାରୁ ଚାରୋଟି ଟ୍ରାପ କ୍ୟାମେରା ମେଷ ପାଳକଙ୍କ ଗୁହାଳରେ ଲଗାଯାଇଛି।‌ ଏବଂ ବନବିଭାଗର ଏସିଏଫ ଅନନ୍ତ ପ୍ରଧାନ, ଫୁଲନଖର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗୋପାଳପୁର ଫରେଷ୍ଟର ଶ୍ରୀକାନ୍ତ ବେହେରା,ଫୁଲନଖରା ସୂର୍ୟ୍ୟକାନ୍ତ ସାହୁ, ନିଆଳି ଫରେଷ୍ଟର ଧନେଶ୍ୱର ସାହୁ ଏବଂ ଫରେଷ୍ଟର ଗ୍ରାଉଣ୍ଡ ସୁଜାତା ନାୟକ ପ୍ରମୁଖ ନାହାଳପୁର ଗୁଣାଦୋଳ ଏବଂ ଆଖପାଖ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମେଷ ପାଳକଙ୍କ ଆଲୋଚନା କରିଛନ୍ତି। ଏବଂ ବନ ବିଭାଗ ଓ ସ୍ଥାନୀୟ ମେଷ ପାଳକ ସଜାଗ ରହିବା ପାଇଁ ଆଲୋଚନା ହୋଇଥିଲା। ଏବଂ ଚାରୋଟି ଗୁହାଳରେ ଅଜଣା ଜନ୍ତୁଙ୍କ ଗତିବିଧି ଠାବ ପାଇ ଗୁହାଳରେ ଗତକାଲି ବନବିଭାଗ ଟ୍ରାପ କ୍ୟାମେରା ଲଗାଇଛି। ଏବଂ ଗତ ପାଞ୍ଚ ଦିନ ମଧ୍ୟରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମେଷ ପାଳକ ମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର