Masthead

ଦେଇଥିଲେ ପ୍ରତିଶ୍ରୁତି ସରକାର ଗଠନ ପରେ ଭୁଲିଗଲେ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ):  ଅଡ଼ୁଆରେ କର୍ଣ୍ଣାଟକ ସରକାର । ଚଳିତ ନିର୍ବାଚନ ଭୋଟ ହାତେଇବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । ହେଲେ ସରକାର ଗଠନ ପରେ ଭୁଲିଗଲେ । ଯାହାକୁ ନେଇ ଦେଖାଦେଇଛି ଏବେ ଅଡ଼ୁଆ । ଚଳିତ କର୍ଣ୍ଣାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ୫ଟି ଗ୍ୟାରେଣ୍ଟି ପୂରଣ କରିବେ କହିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର। ସରକାର ଗଠନ ପରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନକରିବାରୁ କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି। କର୍ଣ୍ଣାଟକ ବରୁଣା ବିଧାନସଭା ଆସନର ବାସିନ୍ଦା କେ.ଏମ ଶଙ୍କର ଏନେଇ କୋର୍ଟରେ ଆବେଦନ କରିଛନ୍ତି।

ଏହି ମାମଲାରେ ହାଇକୋର୍ଟ ସରକାରଙ୍କୁ ହୋଇଥିବା ଅଭିଯୋଗକୁ ସୁଧାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ରେ ହେବ ବୋଲି କୋର୍ଟ କହିଛନ୍ତି। କେ.ଏମ ଶଙ୍କର ଆବେଦନରେ କହିଛନ୍ତି, ଏହି ପାଞ୍ଚଟି ଗ୍ୟାରେଣ୍ଟି କାର୍ଡରେ କଂଗ୍ରେସ କର୍ଣ୍ଣାଟକରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି କାର୍ଡ ବଣ୍ଟନ କରି ସେ ଭୋଟରଙ୍କୁ ଆକର୍ଷିତ କରିଥିଲା। ସରକାର ଗଠନ ହେଲେ ଏସବୁ ଗ୍ୟାରେଣ୍ଟି ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲା। ତେବେ ଏଥିପାଇଁ ସିଏମ ସିଦ୍ଧରମୈୟାଙ୍କ ବିଧାୟକ ପଦକୁ ରଦ୍ଦ କରାଯାଉ ବୋଲି ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..