ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆର ଜଲୱା

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ବିିଶ୍ୱ କ୍ରିକେଟ ଜଗତରେ ଜଲୱା ଦେଖାଉଛି ରୋହିତ ବାହିନୀ । ୨୦୨୩ ପୂର୍ବରୁ ବ୍ଲୁ ଆର୍ମୀ କେବଳ ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ନମ୍ବର ସ୍ଥାନରେ ଥିଲା । କିନ୍ତୁ ୨୦୨୩, ଭାରତ କ୍ରିକେଟ ଜଗତ ପାଇଁ ଆଣି ଦେଇଛି ଗୋଟିଏ ପରେ ଗୋଟିଏ ସଫଳତା । ଚଳିତ ବର୍ଷ ଆରମ୍ଭରେ ଟିମ୍ ଇଣ୍ଡିଆ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଆଧିକାର କରିଥିଲା ବେଳେ ଏବେ ଟେଷ୍ଟ କ୍ରିକେଟରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି ଭାରତୀୟ ଦଳ ।

ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଘରୋଇ ଓଡିଆଇ ସିରିଜରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରି ଦିନିକିଆ କ୍ରିକେଟରେ ଏକ ନମ୍ବର ମାନ୍ୟତା ହାସଲ କରିଛି ଭାରତ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଆଇସିସି ମାନ୍ୟତାରେ ଟିମ୍ ଇଣ୍ଡିଆ ଚତୁର୍ଥ ସ୍ଥାନରେ ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ସ୍ଥାନରେ ଥିଲା । କିନ୍ତୁ ଭାରତର ସିରିଜ୍ ବିଜୟ ସହିତ ଏହି ସଂଖ୍ୟା ଓଲଟପାଲଟ ହୋଇଗଲା ।

ତେବେ ଚଳିତ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୧୩୨ ରନରେ ପରାସ୍ତ କରିଥିଲା ଭାରତ । ଏହି ବିଜୟ ପରେ ଟିମ୍ ଇଣ୍ଡିଆ ଟେଷ୍ଟ କ୍ରିକେଟ୍ ରେ ଏକ ନମ୍ବର ମାନ୍ୟତା ପାଇଛି। ଏହି ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଏକ ନମ୍ବରରେ ଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା। କିନ୍ତୁ ଭାରତର ବିଜୟ ସହିତ ଶୀର୍ଷରେ ପହଞ୍ଚିଥିଲା ରୋହିତ ବାହିନୀ । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରି ଆଇସିସି ର୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । ବର୍ତ୍ତମାନ ରୋହିତ ଶର୍ମା ଟେଷ୍ଟ ର୍ୟାଙ୍କିଙ୍ଗରେ ଅଷ୍ଟମ ସ୍ଥାନରେ ଅଛନ୍ତି।

ବର୍ତ୍ତମାନ ଆଇସିସି ମାନ୍ୟତା ଅନୁସାରେ ଟେଷ୍ଟ, ଓଡିଆଇ ଏବଂ ଟି -୨୦ ତିନୋଟି ଜାକ ଫର୍ମାଟରେ ଟିମ୍ ଇଣ୍ଡିଆ ଏକ ନମ୍ବର ସ୍ଥାନରେ ରହିଛି । ଏହା ବ୍ୟତୀତ ଦଳର କିଛି ଖେଳାଳି ଆଇସିସି ର୍ୟାଙ୍କିଙ୍ଗ ଶିର୍ଷରେ ମଧ୍ୟ ରହିଛନ୍ତି । ଏଥିରେ ଦଳର ଏକ ନମ୍ବର ଟି -୨୦ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍, ଏକ ନମ୍ବର ଓଡିଆଇ ବୋଲର, ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର, ଦୁଇ ନମ୍ବର ଟେଷ୍ଟ ଅଲରାଉଣ୍ଡର ଏବଂ ଦୁଇ ନମ୍ବର ଟେଷ୍ଟ ବୋଲର ରହିଛନ୍ତି।

ବିଶ୍ୱ କ୍ରିକେଟରେ ଶିର୍ଷରେ ଭାରତୀୟ ଖେଳାଳି

ଟେଷ୍ଟରେ ଏକ ନମ୍ବର ଦଳ ଭାରତ।
ଓଡିଆଇରେ ଏକ ନମ୍ବର ଦଳ ଭାରତ
ଟି -୨୦ ଇଣ୍ଟରନ୍ୟାସନାଲରେ ଏକ ନମ୍ବର ଦଳ ଭାରତ
ଏକ ନମ୍ବର ଟି -୨୦ ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ୍ – ସୂର୍ଯ୍ୟ କୁମାର ଯାଦବ
ଏକ ନମ୍ବର ଙଊଓ ବୋଲର – ମହମ୍ମଦ ସିରାଜ
ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର – ରବିନ୍ଦ୍ର ଜାଡେଜା
ଦୁଇ ନମ୍ବର ଟେଷ୍ଟ ବୋଲର – ରବିଚନ୍ଦ୍ରନ୍ ଅଶ୍ୱିନ
ଦୁଇ ନମ୍ବର ଟେଷ୍ଟ ଅଲରାଉଣ୍ଡର – ରବିଚନ୍ଦ୍ରନ୍ ଅଶ୍ୱିନ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ