Masthead

ମୁଖ୍ୟ ଚିକିତ୍ସାଳୟର ଭୂମିପୂଜନ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୦ କୋଟି ୧୬ଲକ୍ଷ ଟଙ୍କାରେ ହେବ ନୂତନ ସ୍ୱାସ୍ଥ୍ୟ ଘର। ଏଥିରେ ଭୋଗରାଇ ବ୍ଲକର ୫୦ଟି ପଞ୍ଚାୟତରେ ଲୋକ ମାନେ ସ୍ୱାସ୍ଥ୍ୟ ସେବା ପାଇବା ସହିତ ବିଭିନ୍ନ ସୁବିଧା ସୁଯୋଗ ପାଇ ପାରିବେ। ଏହି କାର୍ୟ୍ୟ ପାଇଁ ରାଜ୍ୟ ସରକାର ଟଙ୍କା ଅନୁମୋଦନ କରିବା ପରେ ଆଜି ଏହି କାର୍ୟ୍ୟର ଶୁଭ ଉଦଘାଟନ କରିଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ । ୨ ବର୍ଷ ମଧ୍ୟରେ କାର୍ୟ୍ୟ ସାରିବାକୁ ନିର୍ଦେଶ ଥିବା ବେଳେ ଠିକ ଭାବରେ କାର୍ୟ୍ୟର ତଦାରଖ କରିବା ସହିତ ଅତି ଶୀଘ୍ର କାର୍ୟ୍ୟ କରାଯିବ ବୋଲି ଠିକାଦାର କହିଛନ୍ତି । ଏହି ଭୂମିପୂଜନରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର କମଳାକାନ୍ତ ଜେନା, ବିପିଏମ କବିପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ