Masthead

ବିଜେପିର କକ୍ଷତ୍ୟାଗ, କଂଗ୍ରେସର ଧାରଣା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ନବ ଦାସଙ୍କ ହତ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି । ସେହିଭଳି ସମାନ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକମାନେ। ବିଜେପି କକ୍ଷତ୍ୟାଗ କରିବା ସହ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସରକାରଙ୍କର ଜଣେ ମନ୍ତ୍ରୀଙ୍କୁ ସରକାର ମାରିଲେ । ପୋଲିସ ତ ସରକାରଙ୍କର ଅଂଶବିଶେଷ ।

ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ହତ୍ୟା କରାଯାଉଛି ସେତେବେଳେ ସାଧାରଣ ଜନତାଙ୍କର ସୁରକ୍ଷା କିଏ କରିବ? ତଦନ୍ତ ଯେତେବେଳେ ଠିକ୍ ଢଙ୍ଗରେ କରାଯାଉନି, ରାଜ୍ୟର ଭବିଷ୍ୟତ କ’ଣ ହେବ? ମନ୍ତ୍ରୀଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯଥେଷ୍ଟ କି? ଠିକ ଢଙ୍ଗରେ ତଦନ୍ତ ହେଉନଥିବାରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଛି । ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିବନି । ଆଗକୁ ଆହୁରି ଶାଣିତ ହେବ । ଭବିଷ୍ୟତ କାର୍ୟ୍ୟପନ୍ଥା ବାବଦରେ ଘୋଷଣା କରୁନୁ ବୋଲି କହିଛନ୍ତି ଜୟନାରାୟଣ ।

ସେହିଭଳି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାରଙ୍କ ଗୋଲାପୀ ଚିତ୍ର ଅଙ୍କା ଯାଇଛି । ଓଡ଼ିଶାରେ ଯାହା ବିକାଶ ହୋଇଛି ତାହା ବିଶ୍ୱସ୍ତରୀୟ ବୋଲି କୁହାଯାଉଛି । କିନ୍ତୁ ବାସ୍ତବ କଥା ଭିନ୍ନ । ଯେଉଁଠି ଅସତ୍ୟ କଥା ପ୍ରଦର୍ଶିତ କରାଯାଉଛି, ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଜଣେ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ହତ୍ୟା କରୁଛନ୍ତି । ତାହାକୁ ଗ୍ରହଣ କରିବ ନାହିଁ ବିଜେପି । ଯେହେତୁ ରାଜ୍ୟପାଳଙ୍କ ମୁହଁରେ ଏସବୁ ମିଛ କଥା କୁହାଯାଉଛି ତେଣୁ କକ୍ଷତ୍ୟାଗ କଲୁ ବୋଲି କହିଛନ୍ତି ମୋହନ ମାଝୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ