Masthead

୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତୀୟ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ରୁଷିଆ ଉଫାରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏକ ମେଡିକାଲ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ନାବାଳକ ଛୁମାମାଡ଼ କରିଛି । ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ପଶି ଅତର୍କିତ ଆକ୍ରମଣ କରିଥିଲା ୧୫ ବର୍ଷୀୟ ବାଳକ । ଛୁରାମାଡ଼ରେ ଆଉ କିଛି ପିଲା ବି ଆହତ ହୋଇଛନ୍ତି । ଗିରଫ କରିବାକୁ ଆସିଥିବା ୨ ପୁଲିସ୍ ବି ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ନାବାଳକ ଆକ୍ରମଣକାରୀକୁ ଗିରଫ କରାଯାଇଛି । ବାଳକ ଜଣକ କାହିଁକି ଏପରି ଆକ୍ରମଣ କଲା କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣ ପରେ ସନ୍ଦିଗ୍ଧ ବାଳକକୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ବିଷୟରେ କିଛି ସୂଚନା ହସ୍ତଗତ ହୋଇନାହିଁ । ଆକ୍ରମଣକାରୀ ନାବାଳକ ମଧ୍ୟ ଆହତ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଏକ ତଦନ୍ତ କମିଟି ଗଠନ ହୋଇଛି । ରୁଷରେ ଥିବା ଭାରତୀୟ ଦୂତାବାସ କହିଛି କି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗୋଯୋଗରେ ଅଛୁ । କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀ ଆହତ ଛାତ୍ରଙ୍କୁ ସହାୟତା କରିବା ଏବଂ ଅଧିକ ସହାୟତା ସମନ୍ୱୟ କରିବା ପାଇଁ ଉଫା ଯାତ୍ରା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା