ରଙ୍ଗ ଭେଦ ବୟାନ, ପଦ ଛାଡିଲେ ପିଟ୍ରୋଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି। ଏହି ସୂଚନା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଦେଇଛନ୍ତି। ସେ କହିଛନ୍ତି, ପିଟ୍ରୋଡା ନିଜ ଇଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି । ପିଟ୍ରୋଡାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କୁ ବିବାଦୀୟ ଭାବେ ଅନ୍ୟମାନଙ୍କ ସହ ସେ ତୁଳନା କରିଥିଲେ ।

ପୂର୍ବ ଭାରତର ଲୋକଙ୍କୁ ସେ ଚୀନ ଓ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକା ଲୋକଙ୍କ ସହ ତୁଳନା କରିଥିଲେ । ସେ କହିଥିଲେ, ଏହା ଆମ ଉପରେ କୌଣସି ଫରକ ପକାଉ ନାହିଁ । ବରଂ ଆମେ ସମସ୍ତେ ଭାଇ-ଭଉଣୀ ଭଳି ଚଳୁଛନ୍ତି । ଆମେ ପରସ୍ପରର ଭାଷା, ଧର୍ମ ଓ ସଂସ୍କୃତିକୁ ସମ୍ମାନ ଦେଉଛୁ । ତେଲେଙ୍ଗାନାର ଏକ ନିର୍ବାଚନୀ ସଭାରୁ ଏହି ପ୍ରସଙ୍ଗରେ କଂଗ୍ରେସ ଓ ପିଟ୍ରୋଡାଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବୟାନ ବିବାଦରୁ ନିଜକୁ ଦୂରେଇ ରଖିଥିଲା କଂଗ୍ରେସ ଓ ଇଣ୍ଡି ମେଣ୍ଟ । ଏହାପରେ ଆଜି ଇସ୍ତଫା ଦେଇଛନ୍ତି ସାମ୍ ପିଟ୍ରୋଡା । ପୂର୍ବରୁ ଉତ୍ତରାଧିକାରୀ ଟ୍ୟାକ୍ସ କଥା କହି ବିବାଦକୁ ଆସିଥିଲେ ସାମ୍ ପିଟ୍ରୋଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ