Masthead

ଚାକିରି ଦେବା ନାମରେ ଠକେଇ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ହଜାର କି ଦୁଇ ହଜାର ନୁହେଁ, ପୁରା ୨୭ ଲକ୍ଷ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ସରକୁମ୍ପାର ବଂଶୀଧର ପଟ୍ଟନାୟକ ଗୋପାଳପୁର ବନ୍ଦରରେ ଚାକିରି କରାଇଦେବା କହି ଯୁବକ ଯୁବତୀମାନଙ୍କଠାରୁ ଲୁଟିଛନ୍ତି ୨୭ ଲକ୍ଷ ଟଙ୍କା । ବିଶାଖାପାଟଣାର ନାନୀବାବୁ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ସେ ୯୦ଜଣଙ୍କ ଠାରୁ ୩୦ ହଜାର ଲେଖାଏଁ ଟଙ୍କା ଆଦାୟ କରିଥିଲେ । ୨୦୧୯ ଅଗଷ୍ଟ ମାସ ଭିତରେ ଏହି ଟଙ୍କା ସେ ଆଦାୟ କରିଥିବା ଅଭିଯୋଗ ହେଇଛି ।

ଟଙ୍କା ଦେଇଥିବା ଲୋକଙ୍କୁ ମିଥ୍ୟା ନିଯୁକ୍ତି ପତ୍ର, ପରିଚୟ ପ୍ରମାଣ ପତ୍ର ବଂଶୀଧର ଯୋଗାଇ ଦେଇଥିଲେ । ୨୦୨୦ ଅଗଷ୍ଟ ମଧ୍ୟରେ ଚାକିରିରେ ଯୋଗ ଦେବା ପାଇଁ ଜାଲ ନିଯୁକ୍ତିପତ୍ର ଦେଇଥିଲେ । ପରେ ବଂଶୀଧରଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇନଥିଲା । ସେ ମଙ୍ଗଳବାର ଜଗନା୍ନଥ ପ୍ରସାଦ ବଜାରରେ ବୁଲୁଥିବାର ଦେଖି ଟଙ୍କା ଦେଇଥିବା ଲୋକମାନେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବଂଶୀଧରଙ୍କୁ କାବୁ କରିବା ସହ ତାଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବହୁ ନକଲି କାଗଜପତ୍ର ମିଳିଥଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ