Masthead

ଭୁବନେଶ୍ୱରରେ ମୁକ୍ତ ସାହିତ୍ୟ କାବ୍ୟ ଆସର ‘ ଟକ୍ ୱିଥ ସୋଲ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ସ୍କାଏ ଲ୍ୟାଣ୍ଟର୍ଣ୍ଣ କ୍ୟାଫେ ପରିସରରେ ସାତ୍ତ୍ଵିକ ସୋଲ ଫାଉଣ୍ଡେସନ୍ ତରଫରୁ ପ୍ରଥମ ଥର ପାଇଁ ଜଳବାୟୁ ପରିବର୍ତ୍ତନ ସମ୍ୱନ୍ଧିତ ଏକ ନିଆରା ମୁକ୍ତ ସାହିତ୍ୟ କାବ୍ୟ ଆସର ‘ ଟକ ୱିଥ ସୋଲ’ ଆୟୋଜିତ ହୋଇଥିଲା । ପୂର୍ବଭାରତର ସବୁଠାରୁ ବଡ ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ଜଳବାୟୁ ସଚେତନତା ଉପରେ ଅଗ୍ରଣୀ ଭାବେ କାର୍ଯ୍ୟ କରୁଥିବା ସେଚ୍ଛାସେବୀ ସଂଗଠନ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଦ୍ୱାରା କରାଯାଇଥିବ।

ଏହି ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ ଥିଲା ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ଯୁବପିଢିକୁ ଜଳବାୟୁ ସମ୍ବନ୍ଧରେ ସଚେତନ ଓ ପ୍ରୋତ୍ସାହିତ କରିବା । ଉକ୍ତ ସମ୍ମିଳନୀକୁ ଡ. ସୁରଭି ଜୈନ, ଗ୍ରୀନ୍ ଷ୍ଟୋରୀର ସହଭାଗିତାରେ ଆୟୋଜନ କରିଥିଲେ ଓ ଶକ୍ତି ପ୍ରସାଦ ମହାନ୍ତି ପରିଚାଳନା କରିଥିଲେ । ଏଥôରେ ମୁଖ୍ୟଅତିଥି ଭାବେ ସାମ୍ବିକ ସୋଲ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସତ୍ୟବ୍ରତ ସାମଲ ଏବଂ ଆସରର ମୁଖ୍ୟ ଆକର୍ଷଣ ଭାବେ କବି ଅବିନାଶ ମହାନ୍ତି ଯୋଗଦାନ କରିଥିଲେ ।

ବିଭିନ୍ନ ଭାଷା ଓ ମାଧ୍ୟମ ଜରିଆରେ ଡ. ଅଭିଷେକ ଦାସ, ଧରିତ୍ରୀ ପ୍ରିୟଦର୍ଶନୀ, ଆଜ୍‌ସି ଢିବେରଓ୍ବାଲ, ପପୁ ନାଏକ, ସୁଧୀର କୁମାର ଭୋଇ, ଇଂ. ମୋନାଲିସା ପଣ୍ଡା, ଲୋପାମୁଦ୍ରା ନାଏକ, ଡ. ସୁରଭି ଜୈନ୍ ଇତ୍ୟାଦି ନିଜ ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ସଭାର ମାନବର୍ଦ୍ଧନ କରିଥିଲେ ଓ ୫୦ ରୁ ଅଧୂକ ଯୁବପିଢି ଯୋଗଦାନ କରି ଏପରି ଏକ ଅଭିନବ ପ୍ରୟାସକୁ ସାଫଲ୍ୟମଣ୍ଡିତ କରିବା ସହ ସାଧୁବାଦ ଅର୍ପଣ କରିଥିଲେ । ପରିଶେଷରେ ଗ୍ରୀନ୍ ଷ୍ଟୋରୀର ମୁଖ୍ୟ ଗୌତମ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ