Masthead

ଟିକେଟ ଦାବିରେ ନାରାୟଣଙ୍କ ସ୍ୱାଭିମାନ ସମାବେଶ

ସୋନପୁର (ବଡ଼ ଖବର ବ୍ୟୁରୋ): ବାଜି ସାରିଛି ନିର୍ବାଚନ ବିଗୁଲ । ପ୍ରଥମ ପର୍ଯ୍ୟାୟରେ ବିଜେଡି ରାଜ୍ୟର ୭୨ ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ତେବେ ରାଜ୍ୟର ବାକି ରହିଥିବା ଅନ୍ୟ ୭୫ ଗୋଟି ଆସନ ପାଇଁ ଆଶାୟୀଙ୍କ ଲମ୍ବାଧାଡି । ଦଳୀୟ ଟିକେଟ ହାତେଇବାକୁ ନେଇ ବିଭିନ୍ନ ସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା । ଏମିତିକି ଅନେକ ସ୍ଥାନରେ ବିଜେଡି-ବିଜେଡି ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।

ଏସବୁ ଭିତରେ ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ । ଲଗାତାର ଭାବେ ଏଠାରୁ ନିର୍ବାଚିତ ହୋଇ ବିଧାୟକ ହେଉଥିବା ବିଜେଡି ଦଳର ଟାଣୁଆ ନେତା ପଦ୍ମନାଭ ବେହେରାଙ୍କ ପାଇଁ ଏବେ କଂଟା ସାଜିଛନ୍ତି ଯୁବ ବିଜେଡି ନେତା ନାରାୟଣ ଲୁହା । ‘ମାଆ ମାଟି ଛୁଆ, ନାରାୟଣ ଲୁହା’ ନାରାଦେଇ ନାରାୟଣ ବାରମ୍ବାର ଶକ୍ତି ପ୍ରଦର୍ଶନ କରିବା ସହ ଟିକେଟ ଦାବି କରିଆସୁଛନ୍ତି । ସେପଟେ ବିଧାୟକ ପଦ୍ମନାଭ ବେହେରା ମଧ୍ୟ ପୁଣିଥରେ ଏହି ଆସନ ପାଇଁ ଟିକେଟ ଆଣିବାକୁ ଦଳ ସୁପ୍ରିମୋ ପାଖରେ ଚାପ ସୃଷ୍ଟି କରୁଥିବା ଜଣାପଡିଛି ।

ଯଦି ପଦ୍ମନାଭଙ୍କୁ ଦଳ ଏହି ଆସନ ପାଇଁ ଟିକେଟ ନଦିଏ ତେବେ ସେ ଫୁଲବାଣୀରେ ତାର ପ୍ରଭାବ ଦେଖାଇବେ ବୋଲି ଧମକ ଦେଇଥିବା ନାରାୟଣ ଅଭିଯୋଗ କରିଛନ୍ତି । ଯଦି ଦଳ ଏଠାରେ ନାରାୟଣଙ୍କ ବଦଳରେ ପୁଣିଥରେ ପଦ୍ମନାଭଙ୍କୁ ପ୍ରାର୍ଥୀ କରେ ତାହେଲେ ଏ ଅଂଚଳର ସ୍ୱାଭିମାନ ଭୋଟର ତାର କଡା ଜବାବ ଦେବେବୋଲି ନାରାୟଣ କହିଛନ୍ତି । ଏନେଇ ନାରାୟଣ ବୀରମହାରାଜପୁରରେ ନିଜ ସମର୍ଥକଙ୍କୁ ନେଇ ବିରାଟ ସ୍ୱାଭିମାନ ସମାବେଶ କରିଛନ୍ତି । ଏ ଅଂଚଳର ବିକାଶ ପାଇଁ କେବଳ ଏହି ଅଂଚଳର ଛୁଆ ନାରାୟଣ ଲୁହାଙ୍କୁ ହିଁ ଟିକେଟ ଦିଆଯାଉବୋଲି ଏବେ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ