Masthead

ଝରିଗାଁ କୁହୁରାକୋଟ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ କୁହୁରାକୋଟ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । କୁହୁରାକୋଟ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପ୍ରଶାସନ ଓ ଲୋକ ପ୍ରତିନିଧି ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୁହୁରାକୋଟ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ପ୍ରଦାନ କରାଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେହିପରି କୁହୁରାକୋଟ ଗ୍ରାମରେ ଶିକ୍ଷା ବିଭାଗ ପକ୍ଷରୁ କୁହୁରାକୋଟ ଗ୍ରାମରେ ବିଦ୍ୟାଳୟ ସ୍ଥାପନ ହୋଇ ଥିବା ବେଳେ ବିଦ୍ୟାଳୟର ସମସ୍ୟା ପ୍ରତି ଶିକ୍ଷା ବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୬୯ ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଶ୍ରେଣୀ ଗୃହ ମାତ୍ର ଦୁଇଟି ରହିଛି। ଯାହାକି ଛାତ୍ରଛାତ୍ରୀମାନଙ୍କ ପାଠ ପଢିବାରେ ସମସ୍ୟା ହେଉଛି। ସେହିପରି ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ ହୋଇନାହିଁ। ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟାଳୟ ଚାରିପଟ ଅସ୍ଥାୟୀ ଲୁହାର ପାଚେରୀ ନିର୍ମାଣ କରାଯାଇଛି ।ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ନିର୍ବାଚନ ପୂର୍ବରୁ ଏହି ସବୁ ଦାବି ପୂରଣ ନହେଲେ କୁହୁରାକୋଟ ଗ୍ରାମର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ବାଣୁଆଗୁଡା ପଞ୍ଚାୟତର ସବୁ ଠାରୁ ବଡ଼ ଗ୍ରାମ କୁହୁରାକୋଟ । ପଲସଗାଁ ରାଜସ୍ୱ ଗ୍ରାମର ପୋଡା ଗ୍ରାମ ଭାବେ କୁହୁରାକୋଟ ଗ୍ରାମ ଥିବା ବେଳେ ଜନ ସଂଖ୍ୟା ପ୍ରାୟ ୪ ହଜାରରୁ ଅଧିକ ଏବଂ ଭୋଟର ସଂଖ୍ୟା ୨ହଜାରରୁ ଅଧିକ ଅଛନ୍ତି । ତେବେ ଏ ସମ୍ପର୍କରେ ଝରିଗାଁ ତହସିଲଦାର ଶଙ୍କର ପଟ୍ଟନାୟକଙ୍କୁ ପଚାରିବାରୁ ସେ ରାଜସ୍ବ ଗ୍ରାମ ପାଇଁ ଯାହା ଆବଶ୍ୟକ ସରକାରୀ କାଗଜପତ୍ର ସଂଗ୍ରହ ଚାଲିଥିବା ବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ସମସ୍ତ କର୍ମଚାରୀ ନିୟୋଜିତ ଥିବାରୁ ଏହି କାର୍ଯ୍ୟଟି ଧିମେଇ ଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ