Before Header

ପାରାଦୀପ ଜାହାଜରୁ କୋକେନ ଜବତ, ଯାଞ୍ଚ କରୁଛନ୍ତି ସ୍କ୍ୟୁବା ଡ୍ରାଇଭର

0 554

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ବାହାରିବା ଘଟଣାର ତଦନ୍ତକୁ ଏବେ ଜୋରଦାର କରିଛି କଷ୍ଟମବିଭାଗ। ଜାହାଜର ପାଣିଟାଙ୍କି ଓ ପୂର୍ବରୁ ପିଆଇସିଟି ବର୍ଥର ଯେଉଁ ସ୍ଥାନରେ ଜାହାଜ ରହିଥିଲା ତାହାକୁ ସ୍କ୍ୟୁବା ଡ୍ରାଇଭର ସହାୟତାରେ ଯାଞ୍ଚ କରାଯାଇଛି। ଟାଙ୍କି କିମ୍ବା ଜାହାଜ ତଳକୁ କୋକେନ ପ୍ୟାକେଟ ଫିଙ୍ଗା ଯାଇଥିବା ସନ୍ଦେହ କରୁଛି କଷ୍ଟମବିଭାଗ । ଦୁଇଜଣ ସ୍କୁବା ଡ୍ରାଇଭର ବିଭିନ୍ନ ସ୍ଥାନ ଖୋଜାଖୋଜି କରିଛନ୍ତି। ଜାହାଜର ସମସ୍ତ ସଦସ୍ୟ ଭିଏତନାମର ହୋଇଥିବାରୁ ତଦନ୍ତ ସମୟରେ ସେମାନଙ୍କ ଭାଷା ବୁଝିବାରେ ସମସ୍ୟା ହୋଇଥିଲା । ଏଥିଲାଗି ଦୁଇଜଣ ଇଣ୍ଟରପ୍ରିଟରଙ୍କୁ ଆଣି ତଦନ୍ତ କରୁଛି କଷ୍ଟମବିଭାଗ।

Leave A Reply

Your email address will not be published.