Masthead

ଆଜିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସମସ୍ତ କର୍ମଚାରୀ । କେବଳ ଶନିବାର ଓ ରବିବାର ବନ୍ଦ ରହିବ କାର୍ଯ୍ୟାଳୟ । ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସିବେ । ଏ ସମ୍ପର୍କରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

ରାଜ୍ୟରେ କୋଭିଡ ସ୍ଥିତି ଖରାପ ଥିବାରୁ ଏପ୍ରିଲ୍‌ ୧୯ରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୫୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଡ୍ୟୁଟି ହିସାବରେ ଆସୁଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଛି । ଏପଟେ ଗତ ଅଢ଼େଇ ମାସ ଅଧା କର୍ମଚାରୀରେ ବିଶ୍ୱବିଦ୍ୟାଳୟ ଓ କଲେଜ ଚାଲୁଥିବାରୁ ଅନେକ କାର୍ଯ୍ୟ ଅଧୁରା ହୋଇ ରହିଛି । ଆଗକୁ ୟୁଜି ଓ ପିଜି ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ହେବ ।  ତେଣୁ ସମସ୍ତ କର୍ମଚାରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବା ଦରକାର । ମଙ୍ଗଳବାର ଏହି ନିର୍ଦ୍ଦେଶ ଲାଗୁ ହେବ। ସମସ୍ତେ କୋଭିଡ୍‌ ନିୟମ ପାଳନ କରିବେ । ମାସ୍କ ପିନ୍ଧିବା ସହ ସାନିଟାଇଜ, ସାମାଜିକ ଦୂରତା ରକ୍ଷା କରିବେ ବୋଲି ବିଭାଗ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ