Masthead

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ସ୍ୱପ୍ନ ଥିଲା ପାଠ ପଢିବେ । ଚାକିରି କରିବେ । ଆଉ ବାପା-ମାଙ୍କ ଦୁଃଖ ଦୂର କରିବେ । ହେଲେ ସବୁ ଆଶା ଆଶରେ ହିଁ ରହିଗଲା । ଦଇବ ଦାଉ ସାଧିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ନାଡ଼ବଣି ଗ୍ରାମର ନବମ ଶ୍ରେଣୀର ଛାତ୍ରୀ କଳ୍ପନା ଖିଲାର । ବାପା ରତନ ଖିଲାର । କଳ୍ପନା କିଡ଼ନୀରୋଗରେ ପଡ଼ୀତ । ଦେହ ଖରାପ ହେବାରୁ ଝିଅକୁ ରତନ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲରେ ଚିକିତ୍ସା କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଝିଅର ସ୍ୱାସ୍ଥ୍ୟ ଧିରେ ଧିରେ ଖରାପ ହେବାକୁ ଲାଗିବାରୁ ଘରର ସମସ୍ତ ଜିନିଷ ବିକ୍ରି କରି ଆନ୍ଧ୍ରପ୍ରଦେଶର କୁଟପତି ସାଇ ମେଡ଼ିକାଲ ନେଇଥିଲେ । ସେଠାରୁ ଝିଅର କିଡ଼ନୀ ଖରାପ ଥିବା ଜାଣିବାକୁ ପାଇଥିଲେ । ପରେ ଝିଅକୁ ଦିଲ୍ଲୀ ଏମ୍ସ ମେଡ଼ିକାଲ ନେଇଥିଲେ ।

ବିଜୁ ସ୍ୱାସ୍ଥ୍ୟ କାର୍ଡ ନଥିବାରୁ ଚିକିତ୍ସା କରି ପାରିନଥିଲେ । ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କିଡନୀ ପ୍ରତ୍ୟାରୋପଣ ପାଇଁ ଖର୍ଚ୍ଚ ହେବ ୧୫ ଲକ୍ଷ ଟଙ୍କା । ଅର୍ଥ ନଥିବାରୁ ବାପାଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ଭଉଣୀର ଚିକିତ୍ସା ପାଇଁ ଭାଇ ମଧ୍ୟ ଏକ କ୍ୟାଣ୍ଟିନରେ କାମ କରି ପଇସା ପଠାଉଛି । ସେପଟେ ଦିନକୁ ଦିନ ବିଗିବିଡ଼ାରେ ଲାଗିଛି କଳ୍ପନାଙ୍କ ସ୍ୱାସ୍ଥ୍ୟବସ୍ଥା । ଯଦି ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି କଳ୍ପନାକୁ ସାହାଯ୍ୟ କରନ୍ତେ ତେବେ ସେ ଭଲ ହୋଇପାରନ୍ତେ । ତାଙ୍କ ସ୍ୱପ୍ନ ପୁରଣ କରି ପାରନ୍ତେ । କଳ୍ପନାଙ୍କୁ ସାହାଯ୍ୟ କରିବା ପାଇଁ ୭୭୩୫୮୮୯୨୫୯ ରେ ଫୋନ ପେ କିମ୍ବା ଗୁଗୁଲ ପେ କରିବା ପାଇଁ ଅନୁରୋଧ କରିଛନ୍ତି ବାପା ରତନ ଖିଲାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ