ଗୁପ୍ତ ଉତ୍ସବ କରି ବିବାହ କଲେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ

(ବଡ଼ ଖବର ବ୍ୟୁରୋ): ଗୁପ୍ତ ଉତ୍ସବ ଆୟୋଜନ କରି ବିବାହ କଲେ ବ୍ରିଟିସ ପ୍ରଧାନମନ୍ତ୍ରୀ । ଶନିବାର ୱେଷ୍ଟମିନଷ୍ଟର କ୍ୟାଥେଡ୍ରାଲରେ କେରି ସାଇମଣ୍ଡଙ୍କୁ ବିବାହ କରିଛନ୍ତି ବୋରିସ ଜନସନ । ଏନେଇ ବ୍ରିଟିସର ବଡ଼ ବଡ଼ ଖବବକାଗଜରେ ତଥ୍ୟ ପ୍ରକାଶ ପାଇଛି । କିନ୍ତୁ ଏନେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଛି ବୋରିସଙ୍କ କାର୍ଯ୍ୟାଳୟ ।

ତେବେ କୋଭିଡ଼ କଟକଣା ପାଇଁ ମାତ୍ର ୩୦ଜଣଙ୍କୁ ନେଇ ଏହି ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ବିଳମ୍ବିତ ରାତି ୧.୩୦ରେ ଏହି ବିବାହ କାର୍ଯ୍ୟ କରାଯାଇଥିଲା । ତେବେ ୨୦୧୯ରୁ ବୋରିସ ଓ ସାଇମଣ୍ଡ ଏକାଠି ରହି ଆସୁଥିଲେ । ସେମାନଙ୍କ ନିର୍ବନ୍ଧ ଓ ଏକ ପୁତ୍ର ସନ୍ତାନ ହେବା ନେଇ ଗତବର୍ଷ ଘୋଷଣା କରିଥିଲେ । ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!