Masthead

ଲାଞ୍ଚ ଦେଇପାରିଲେନି ବୋଲି ଆବାସ ଯୋଜନାରୁ ବାଦ୍ ପଡ଼ିଲେ

ଗଣିଆ, (ବଡ଼ ଖବର ବ୍ୟୁରୋ): ସରକାର ଘୋଷଣା କରିଥିବା ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଫାଇଦା ପାଇପାରୁନାହାନ୍ତି। କିଛି ଅସାଧୁ କର୍ମଚାରଙ୍କ ଲାଗି ଥିଲାବାଲା ପକ୍କାଘର ପାଉଥିବା ବେଳେ ଗରିବଙ୍କୁ ମିଳୁନାହିଁ ଘର। ଲାଞ୍ଚ ନ ଦେଲେ ମିଳୁନାହିଁ ପକ୍କାଘର। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ। ଗାଁର ବିଦେଶୀ ବେହେରା ଲାଞ୍ଚ ଦେଇ ନ ପାରିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।

ପର ଘରେ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ବିଦେଶୀଙ୍କ ପରିବାର। ଘର କରିବା ପାଇଁ ଟଙ୍କା କେଉଁଠୁ ବା ଆଣିବେ। ଝାଟିମାଟି ଚାଳ ଛପର ଘରେ ବାଧ୍ୟ ହୋଇ ଦିନ କାଟୁଛନ୍ତି ବିଦେଶୀ। ବର୍ଷା ହେେଲ ଘର ଭିତରେ ଭରିି ଯାଉଛି ପାଣି। ବନ୍ୟାବାତ୍ୟା ସମୟରେ ଗାଁ କୋଠଘର ପିଣ୍ଡାରେ ରହୁଛନ୍ତି। ଆବାସ ଯେ୍ଧକ୍ସନାରେ ପକ୍କାଘରଟିଏ ଲାଗି ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ନିବେଦନ କରିଥିଲେ ସୁଦ୍ଧା ଫଳ ଶୂନ। ଶେଷରେ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ଭଙ୍ଗା ଦରରା କୁଡ଼ିଆରେ ରହୁଛନ୍ତି ତାଙ୍କ ପରିବାର ଲୋକେ। ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ କାଟିଦିଅନ୍ତେ ବୋଲି ‘ବଡ଼ ଖବର’ ମାଧ୍ୟମରେ ଜଣାଇଛନ୍ତି ବିଦେଶୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି