Masthead

ଲାଞ୍ଚ ଦେଇପାରିଲେନି ବୋଲି ଆବାସ ଯୋଜନାରୁ ବାଦ୍ ପଡ଼ିଲେ

ଗଣିଆ, (ବଡ଼ ଖବର ବ୍ୟୁରୋ): ସରକାର ଘୋଷଣା କରିଥିବା ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଫାଇଦା ପାଇପାରୁନାହାନ୍ତି। କିଛି ଅସାଧୁ କର୍ମଚାରଙ୍କ ଲାଗି ଥିଲାବାଲା ପକ୍କାଘର ପାଉଥିବା ବେଳେ ଗରିବଙ୍କୁ ମିଳୁନାହିଁ ଘର। ଲାଞ୍ଚ ନ ଦେଲେ ମିଳୁନାହିଁ ପକ୍କାଘର। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ। ଗାଁର ବିଦେଶୀ ବେହେରା ଲାଞ୍ଚ ଦେଇ ନ ପାରିବାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।

ପର ଘରେ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ବିଦେଶୀଙ୍କ ପରିବାର। ଘର କରିବା ପାଇଁ ଟଙ୍କା କେଉଁଠୁ ବା ଆଣିବେ। ଝାଟିମାଟି ଚାଳ ଛପର ଘରେ ବାଧ୍ୟ ହୋଇ ଦିନ କାଟୁଛନ୍ତି ବିଦେଶୀ। ବର୍ଷା ହେେଲ ଘର ଭିତରେ ଭରିି ଯାଉଛି ପାଣି। ବନ୍ୟାବାତ୍ୟା ସମୟରେ ଗାଁ କୋଠଘର ପିଣ୍ଡାରେ ରହୁଛନ୍ତି। ଆବାସ ଯେ୍ଧକ୍ସନାରେ ପକ୍କାଘରଟିଏ ଲାଗି ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ନିବେଦନ କରିଥିଲେ ସୁଦ୍ଧା ଫଳ ଶୂନ। ଶେଷରେ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ଭଙ୍ଗା ଦରରା କୁଡ଼ିଆରେ ରହୁଛନ୍ତି ତାଙ୍କ ପରିବାର ଲୋକେ। ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ କାଟିଦିଅନ୍ତେ ବୋଲି ‘ବଡ଼ ଖବର’ ମାଧ୍ୟମରେ ଜଣାଇଛନ୍ତି ବିଦେଶୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ